-+91-9937148622 |
prerana_bgr@rediffmail.com |
Friday 27th March 2026 |
R.N.I. Regd No. ODIODI/2010/46693
Breaking News
08-Sep-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ମୁରିବାହଲ ବ୍ଲକ ଚଲକି ପଞ୍ଚାୟତ ନିର୍ବାହୀ ଅଧିକାରୀ ବିସମ୍ବର ଭୋଇଙ୍କ ପାଟଣାଗଡ଼ସ୍ଥିତ ଗଙ୍ଗାନଗର ପଡ଼ା ଓ ତମିଆଁ ଠାରେ ଥିବା ତାଙ୍କ ବାସଭବନରେ ଭିଜିଲାନ୍ସର ଚଢ଼ାଉ। ଭିଜିଲାନ୍ସ ଏସ୍ପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ କରାଯାଇଛି । ଏହି ଚଢାଉରେ ବଲାଙ୍ଗିର ଇନ୍ସପେକ୍ଟର ସୁନିତା ବାଗେଙ୍କ ନେତୃତ୍ୱରେ ସମ୍ବଲପୁର, ବରଗଡ଼ ଓ ସୋନପୁର ଭିଜିଲାନ୍ସ ବିଭାଗର କର୍ମଚାରୀ ସାମିଲ ଅଛନ୍ତି । ଚଢାଉରେ ଜବତ ହୋଇଥିବା ବିଭିନ୍ନ କାଗଜପତ୍ରକୁ ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ କିଛି ସୂଚନା ମିଳିନାହିଁ । ଆକଳନ ଚାଲିଥିବା କହନ୍ତି ଭିଜିଲାନ୍ସ ଟିମ।