-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
04-Sep-2021
ଗଞ୍ଜାମ, କୋଦଳା (ଉମା ମହାରଣା) :ଗତକାଲି ଅନ୍ତର୍ଜାତୀୟ ଧାବିକା ଦୁତି ଚାନ୍ଦ ଭୁବନେଶ୍ୱର ମହିଳା ଥାନାରେ ଦେଇଥିବା ଅଭିଯୋଗ ଆଧାରରେ ଏକ ପାଖିଆ ଭାବେ ଫୋକସ ପ୍ଲସ ମୁଖ୍ୟ ସମ୍ପାଦକ ସୁଧାଂଶୁ ଶେଖର ରାଉତ ଙ୍କୁ ଗିରଫ ଘଟଣାରେ ଗଞ୍ଜାମ ଜିଲ୍ଲା କୋଦଳା ସାମ୍ବାଦିକ ସଙ୍ଘ ପକ୍ଷରୁ ଘୋର ନିନ୍ଦା କରାଯାଇଛି | ଜଣେ ସଚୋଟ ସାମ୍ବାଦିକ ଙ୍କ ଙ୍କୁ ଏହି ଘଟଣାରେ ଆକ୍ରୋଶ ମୂଳକ ତଥା ତରବରିଆ ଭାବେ ଫୋକସ ପ୍ଲସ ର ମୁଖ୍ୟ ସମ୍ପାଦକଙ୍କୁ ଗିରଫ କରାଯିବା ପ୍ରତିବାଦ କରି କୋଦଳା ସାମ୍ବାଦିକ ସଙ୍ଘ ର ସଭାପତି ଭଗବାନ ପାଢ଼ୀ ଏବଂ ତାଙ୍କର ସହଯୋଗୀ ମାନେ ଘୋର ନିନ୍ଦା କରିବା ସହିତ ଏହି ଘଟଣାର ଉପଯୁକ୍ତ ତଦନ୍ତ କରିବା ପାଇଁ ଦାବୀ କରିଛନ୍ତି |
ପୂର୍ବରୁ ଅନେକ ଘଟଣାରେ ପୋଲିସ ର ଭୂମିକା ନେଇ ସନ୍ଦେହ ଉପୁଜିଥିବା ବେଳେ ଏହି ଘଟଣାରେ ପୋଲିସ ର ତରବରିଆ ଭୂମିକା ସନ୍ଦେହ ଘେରକୁ ଟାଣି ଆଣିଛି ବୋଲି ସଙ୍ଘ ସଭାପତି ଶ୍ରୀଯୁକ୍ତ ପାଢ଼ୀ ସୂଚନା ଦେଇଛନ୍ତି |