-+91-9937148622 |

prerana_bgr@rediffmail.com |

  Saturday 25th April 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିର ଖାଉଟି ଅଦାଲତ ରେ କେନ୍ଦ୍ରୀୟ ରେଳବାଇ ଦଣ୍ଡିତ   (25-Apr-2026)       ||      ସୋନଗଡ ନଦୀରେ ଆଇଏସଏସ ବ୍ୟାରେଜ ସହ ବିଭିନ୍ନ ପ୍ରକଲ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ   (25-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଉଟ ସୋରର୍ସିଂ ସଂଘ   (25-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗୀର ନାଗରିକ କମିଟିର ଦାବୀପତ୍ର ପ୍ରଦାନ     (25-Apr-2026)       ||      ଭୁବନେଶ୍ୱର: ରେଳ ଧାରଣାରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର   (25-Apr-2026)       ||      ଅବ୍ୟବସ୍ଥାରେ ପୂର୍ତ୍ତ  ଓ ଗୃହନିର୍ମାଣ କାର୍ଯ୍ୟାଳୟ, ଜରାଜୀର୍ଣ୍ଣ ଛାତ୍ରାବାସ କୋଠା   (25-Apr-2026)       ||      ପରମହଂସନାଥ ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ   (25-Apr-2026)       ||      ଯୋଜନା ଅଛି, କିନ୍ତୁ ଲାଭ ପହଞ୍ଚୁନି♦️ ସମ୍ପୂର୍ଣ ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ବିମ୍ବାଧର: ୧୦୦% ଦୃଷ୍ଟିହୀନ ଥାଇ ମଧ୍ୟ ମିଳୁନି ପୂର୍ଣ୍ଣ ଭତ୍ତା   (25-Apr-2026)       ||      ଅସହ୍ୟ ତାତି, ଜନଜୀବନ ଅସ୍ତବ୍ୟସ୍ତ   (25-Apr-2026)       ||      ରାଜ୍ୟସ୍ତରୀୟ ଜାତୀୟ ପଂଚାୟତି ରାଜ ଦିବସ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଲୋକଙ୍କ ସକ୍ରିୟ ଭାଗିଦାରୀ ଓ ଅଭିନବ ଚିନ୍ତାଧାରା ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ଗତିଶୀଳ କରିବ- ମୁଖ୍ୟମନ୍ତ୍ରୀ    (24-Apr-2026)       ||      ଡାବୁଗାଁ ବ୍ଲକ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ   (24-Apr-2026)       ||      ଘରୋଇ ଆଇ.ଟି.ଆଇ ସଂଘର ଜରୁରୀକାଳୀନ ବୈଠକ    (24-Apr-2026)       ||      ସୁବର୍ଣ୍ଣପୁରରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ପାଳିତ   (24-Apr-2026)       ||      ବଲାଙ୍ଗୀରବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନରସିଂହ, ଭୀମଭୋଇ ମେଡିକାଲ ଓ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପଦବୀ ପୁରଣ ପାଇଁ କଲେ ଆଲୋଚନା   (24-Apr-2026)       ||      ଗ୍ରୀଷ୍ମ ପ୍ରବାହ ପାଇଁ ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ ରହିବ   (24-Apr-2026)       ||      ଜାତୀୟ ପଞ୍ଚାୟତ ରାଜ ଦିବସ ରେ ସ୍ୱତଃ ମନେ ପଡନ୍ତି ସୁବର୍ଣ୍ଣପୁର ଜିଲ୍ଲା ର ଆଦର୍ଶ ସରପଞ୍ଚ ସ୍ଵର୍ଗତ ଘାସିରାମ ତ୍ରିପାଠି*-   (24-Apr-2026)       ||      *ଉଲୁଣ୍ଡା ବ୍ଲକ ଅଞ୍ଚଳ ରେ ତମାଖୁ ଜାତୀୟ ଦ୍ରବ୍ୟ ର ବ୍ୟବହାର ଓ ବିକ୍ରୟ ନିଷିଦ୍ଧ ପାଇଁ ଏକ ଟିମ ର ଚଢ଼ାଉ ଓ ଜରିମାନା ଆଦାୟ*-   (24-Apr-2026)       ||      ବହୁରୂପୀ ହନିଟ୍ରାପ୍ ଠକର ହରଡଘଣାରେ ସର୍ବସ୍ବାନ୍ତ  ! ଅଧ୍ୟାପକରୁ ବାଣିଜ୍ଯକର କମିଶନର ଓ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର୍ ♦️  ଭଷ୍ମାରେ ଚାକିରୀ କରାଇଦେବାକୁ ମହିଳାଙ୍କ ଠାରୁ ୧୫ ଲକ୍ଷ ଠକେଇ   (24-Apr-2026)       ||      ଅସହ୍ୟ ତାତି ଜନଜୀବନ ଅସ୍ତବ୍ୟସ୍ତ   (24-Apr-2026)       ||      ୭୬୧ ଟି କଇଁଛ ସହ ଜଣେ କଇଁଛ ଚୋରା ଚାଲାଣ କାରୀ ଗିରଫ    (24-Apr-2026)       ||     

HOME   ଜିଲ୍ଲା

ସମ୍ବଲପୁର : ବିଭିନ୍ନ ପ୍ରକାର ସମସ୍ୟା ର ଶୀଘ୍ର ଓ ସ୍ଥାୟୀ ସମାଧାନ ଦାବୀ ରେ ବିଜେପି ର ରାସ୍ତା ରୋକୋ

02-Sep-2021



ସମ୍ବଲପୁର (ସଂଜୀବ କୁମାର ପାଣିଗ୍ରାହୀ)  ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ ଦୀର୍ଘ ୮ ବର୍ଷ ହେଇଗଲା ସମ୍ବଲପୁର ମହାନଗର ନିଗମ ଘୋଷଣା କୁ । ସମ୍ବଲପୁର ପୋୖରାଞ୍ଚଳ, ହୀରାକୁଦ ଏନ.ଏ.ସି ବୁର୍ଲା ଏନ.ଏ.ସି ଓ ଆଖପାଖ ୧୨ ଗୋଟି ପଞ୍ଚାୟତ କୁ ନେଇ ଗଠିତ ହୋଇଛି ସମ୍ବଲପୁର ମହାନଗର ନିଗମ । ମହାନଗର ନିଗମ ଘୋଷଣା ହେଲା ପରେ ଅଞ୍ଚଳବାସୀ ଙ୍କ ମନରେ ଅନେକ ଆଶା ସଂଚାରିତ ହେଇଥିଲା ଓ ଲୋକେ ବିକାଶ ର ସ୍ୱପ୍ନ ଦେଖିଥିଲେ । କିନ୍ତୁ, ଦୀର୍ଘ ଆଠ ବର୍ଷ ଧରି ପ୍ରଶାସନିକ ଅଧିକାରୀ ଙ୍କ ଦ୍ଵାରା ପରିଚାଳିତ ସମ୍ବଲପୁର ମହାନଗର ନିଗମ ଆଜି ଦୁର୍ନୀତି ଓ ଭ୍ରଷ୍ଟାଚାର ର ଗନ୍ତାଘର ସାଜିଛି । ମହାନଗର ନିଗମ ଅଞ୍ଚଳବାସୀ ଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବାରେ ମଧ୍ୟ ପ୍ରଶାସନ ବିଫଳ । ମହାନଗର ନିଗମ ର କାର୍ଯ୍ୟ କୁ ନେଇ ଲୋକଙ୍କ ମନରେ ଯେତିକି ଅଶାନ୍ତି ତାଠୁ ବେଶି ଭରିଛି ଆକ୍ରୋଶ ।
         କେବଳ ମହାନଗର ନିଗମ ନୁହେଁ, ଜନସ୍ୱାସ୍ଥ୍ୟ ବିଭାଗ ର କଥା ତ କହିଲେ ନସରେ । ବିଶାଳ ହୀରାକୁଦ ଜଳଭଣ୍ଡାରର ତଳେ ଓମହାନଦୀ କୂଳରେ ଥାଇ ମଧ୍ୟ ଆଜି ସମ୍ବଲପୁର ରେ ଦେଖା ଦେଇଛି କୁତ୍ରିମ ଜଳାଭାଵ । ଜନସ୍ୱାସ୍ଥ୍ୟ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଙ୍କ ଚତୁର୍ତ୍ସପାର୍ଶ୍ବରେ ଲୋକେ ପିଇବା ପାଣି    ବୁନ୍ଦିଏ ପାଣି ହେଉଛନ୍ତି ଡ଼ହକବିକଳ । ଲୋକଙ୍କୁ ପିଇବା ପାଣି ଯୋଗେଇ ପାରୁ ନଥିବା ଜନସ୍ୱାସ୍ଥ୍ୟ ବିଭାଗ ପାଇପ ଲାଇନ ବିଛା ନାଁ ରେ ସହର ସାରା ରାସ୍ତା ଖୋଲି ସମସ୍ତ ରାସ୍ତା କୁ କରିଦେଇଛି ଛାରଖାର ।
       ଆଉ, ସମ୍ବଲପୁର ରେ ବହୁ ବର୍ଷ ବର୍ଷ ଧରି ଚାଲିଥିବା ସ୍ୱିରେଜ କାମ ର କଥା ତ କାହାକୁ ଅଛପା ନାହିଁ । ସ୍ୱିରେଜ ମେନହୋଲ ଓ ନାଳ ବିଛା କାମ ପାଇଁ ମହାନଗର ନିଗମ ଅଞ୍ଚଳ ର ସମସ୍ତ ମୁଖ୍ୟ ରାସ୍ତା ସହିତ ସମସ୍ତ ଗଳିକନ୍ଦି କୁ ଖୋଲି ଯାହା ଅବସ୍ଥା କରିଛନ୍ତି ଶବ୍ଦ ରେ ବଖାଣି ହେଉ ନାହିଁ । 
     *ମହାନଗର ନିଗମ, ଜନସ୍ୱାସ୍ଥ୍ୟ ବିଭାଗ ଓ ସ୍ୱିରେଜ ବୋର୍ଡ ର ମିଳିତ ଧ୍ୱଂସଲୀଳା କୁ ଦେଖିଲେ ଲାଗୁଛି ନିକଟ ଅତୀତରେ ସମ୍ବଲପୁର ରେ ଭୂମିକମ୍ପ ହେଇଯାଇଛି ।*
      କୋଟି କୋଟି ଟଙ୍କା ଖର୍ଚ୍ଚ ହେଇ ମଧ୍ୟ ମହାନଗର ନିଗମ ଅଞ୍ଚଳର କୌଣସି ରାସ୍ତା ର ଅବସ୍ଥା ଠିକ ନାହିଁ, ନାଲନର୍ଦମା ସଫେଇ ହେଉ ନାହିଁ, ଯେଉଁଆଡ଼େ ଦେଖିଲେ କୁଢ଼ କୁଢ଼ ମଇଳା, ସହର ର ମୁଖ ରାସ୍ତା କୁ ଛାଡି ଅନ୍ୟ କୌଣସି ରାସ୍ତା ରେ ପଥପାର୍ଶ୍ଵ ଆଲୋକ ନାହିଁ, ବସ୍ତି ବାସିନ୍ଦା ଙ୍କ ପାଇଁ ଶୌଚାଳୟ ସିବିଧା ନାହିଁ, ଜନସ୍ୱାସ୍ଥ୍ୟ ବିଭାଗ ରାସ୍ତା ଖୋଳି ଛାଡି ଯାଇଛି, ସ୍ୱିରେଜ ବିଭାଗ ର ବି ସେଇ ସମାନ କାମ । ଏମିତି ସମସ୍ୟା ସମସ୍ୟା ଭିତରେ ଗତି କରୁଛନ୍ତି ମହାନଗର ନିଗମ ଅଞ୍ଚଳବାସୀ । 
      ସମ୍ବଲପୁରମହାନଗର ନିଗମ ଅଞ୍ଚଳର ସମସ୍ତ ଅଞ୍ଚଳରେ ପ୍ରାୟ ଏହି ସମାନ ଚିତ୍ର ଦୃଶ୍ୟମାନ ହେଉଛି । ଏଭଳି ଏକ ଅବହେଳିତ ଅଞ୍ଚଳ ବରେଇପାଲି, ନୂଆପଡା, ମୁଙ୍ଗାପଡା, କ୍ଷେତରାଜପୁର ଓ ଏହାର ଆଖପାଖ ଅଞ୍ଚଳର ଅଞ୍ଚଳବାସୀ ବହୁ ଦିନରୁ ସମସ୍ୟା ଗୁଡିକର ଶୀଘ୍ର ଓ ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି । କିନ୍ତୁ, କୁମ୍ଭକର୍ଣ୍ଣ ନିଦ୍ରା ରେ ସୋଇଥିବା ଜିଲ୍ଲା ପ୍ରଶାସନ, ପୋୖର ପ୍ରଶାସନ, ଜନସ୍ୱାସ୍ଥ୍ୟ ବିଭାଗ, ସ୍ୱିରେଜ ବୋର୍ଡ ବିରୁଦ୍ଧରେ ଆଜି ଗର୍ଜିଛନ୍ତି ଅଞ୍ଚଳବାସୀ ।
      ଏଭଳି ଅନେକ ସମସ୍ୟାର ଶୀଘ୍ର  ଓ ସ୍ଥାୟୀ ସମାଧାନ ଦାବିରେ ଅଞ୍ଚଳବାସୀ ଆଜି କ୍ଷେତରାଜପୁର ରୁ ବରେଇପାଲି ଛକ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଅଞ୍ଚଳବାସୀ । ସମ୍ବଲପୁର ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ର ସଭାପତି *ଶ୍ରୀ ନିଲାମ୍ବାର ସିକନ୍ଦର* ଙ୍କ ନେତୃତ୍ୱରେ ଶତାଧିକ ଅଞ୍ଚଳବାସୀ ସ୍ୱତଃ ପ୍ରବୃତ୍ତ ଭାବରେ ଆନ୍ଦୋଳନ ରେ ସାମିଲ ହୋଇଥିଲେ । ଦୀର୍ଘ ଦେଢ଼ ଘଣ୍ଟା ରାସ୍ତା ଅବରୋଧ ପରେ ଆନ୍ଦୋଳନ ସ୍ଥଳକୁ ପହଞ୍ଚି ଥିଲେ ସମ୍ବଲପୁର ମହାନଗର ନିଗମ ର ପୋୖର ଆୟୁକ୍ତ *ଶ୍ରୀ ଅନିରୁଦ୍ଧ ପ୍ରଧାନ । ଅଞ୍ଚଳବାସୀ ଜନସ୍ୱାସ୍ଥ୍ୟ ବିଭାଗ ର ଅଧିକାରୀ ଙ୍କୁ ଡାକିବା ପାଇଁ ଦାବି କରିଥିଲେ । ବରେଇପାଲି ଛକ ଠାରେ ପୋଲିସ ପ୍ରଶାସନ ର ଉପସ୍ଥିତି ରେ ଆନ୍ଦୋଳନକାରୀଙ୍କ ସହିତ ବହୁତ ବିଷୟ ଆଲୋଚନା ହେଲା ପରେ ସେଠାରୁ ମୁଙ୍ଗାପଡା ଛକ ଯାଏଁ ପୋୖର ଆୟୁକ୍ତ ଙ୍କୁ ନିଆ ଯାଇଥିଲା । ସେଠାକୁ ଜନସ୍ୱାସ୍ଥ୍ୟ ବିଭାଗ ର ସହକାରୀ ଯନ୍ତ୍ରୀ *ଇଂ. ଗୁଲସନ ସାହୁ* ମଧ୍ୟ ପହଞ୍ଚି ଥିଲେ । ମୁଙ୍ଗାପଡା ଛକ ଠାରେ ଉପସ୍ଥିତ ଶହ ଶହ ମହିଳା ପୋୖର ଆୟୁକ୍ତ ଓ ଜନସ୍ୱାସ୍ଥ୍ୟ ବିଭାଗ ର ସହକାରୀ ଯନ୍ତ୍ରୀ ଙ୍କୁ ଘେରିଥିଲେ । ସମସ୍ତ ଅଭିଯୋଗ ଶୁଣିଲା ପରେ ଉପସ୍ଥିତ ସରକାରୀ ଅଧିକାରୀ ଆନ୍ଦୋଳନକାରୀ ଙ୍କ ଏକ ପ୍ରତିନିଧି ଦଳ କୁ ଆସନ୍ତାକାଲି କାର୍ଯ୍ୟାଳୟକୁ ଆସି ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଅନୁରୋଧ କରିଥିଲେ । ଆସନ୍ତାକାଲି ବୈଠକରେ ରେ ଜିଲ୍ଲା ପ୍ରଶାସନ, ମହାନଗର ନିଗମ, ଜନସ୍ୱାସ୍ଥ୍ୟ ବିଭାଗ, ସ୍ୱିରେଜ ବୋର୍ଡ ର ଅଧିକାରୀ ମାନେ ଉପସ୍ଥିତ ରହିବେ ବୋଲି ପ୍ରତିଶ୍ରୁତି ଦେଲାପରେ ରାସ୍ତା ଖୋଲା ଯାଇଥିଲା ।
      ଆଜିର ଆନ୍ଦୋଳନ ରେ ବିଜେପି ଜିଲ୍ଲା ସଭାପତି  ଗିରିଶ ପଟେଲ, କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅଶ୍ୱିନୀ ମାଝୀ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ *ସଞ୍ଜୟ ଷଡଙ୍ଗୀ ଲ* ସମଲେଶ୍ବରୀ ମଣ୍ଡଳ ସଭାପତି ଶମ୍ଭୁ ବରେଲିଆ, ସାକ୍ଷୀଗୋପୀନାଥ ମଣ୍ଡଳ ସଭାପତି ସରୋଜ କୁମାର ଘଡେଇ, ଶିବ ଶମ୍ଭୁ ୟାଦବ, ସନ୍ତୋଷ କୁମାର ସାହୁ, ଦିଲୀପ ଶର୍ମା, ନିଲାଦର ହରିପାଳ, ମନୋହର ସିଂ, ପବନ କର, ମେଜ ସାହୁ, ଲକ୍ଷ୍ମଣ ଯୋଗୀ, ନିରଞ୍ଜନ କିଶୋର ଦାସ, ସୁଧୀର ଅଗ୍ରୱାଲ, ସୁଶାନ୍ତ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

 


News Comment




Photo in News

Advertisment
Lastest News
  ରାଜ୍ୟ  
ବଲାଙ୍ଗିର ଖାଉଟି ଅଦାଲତ ରେ କେନ୍ଦ୍ରୀୟ ରେଳବାଇ ଦଣ୍ଡିତ   25-Apr-2026
  ଜିଲ୍ଲା  
ସୋନଗଡ ନଦୀରେ ଆଇଏସଏସ ବ୍ୟାରେଜ ସହ ବିଭିନ୍ନ ପ୍ରକଲ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ   25-Apr-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଉଟ ସୋରର୍ସିଂ ସଂଘ   25-Apr-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗୀର ନାଗରିକ କମିଟିର ଦାବୀପତ୍ର ପ୍ରଦାନ     25-Apr-2026
  ଜିଲ୍ଲା  
ଭୁବନେଶ୍ୱର: ରେଳ ଧାରଣାରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର   25-Apr-2026
  ରାଜ୍ୟ  
ଅବ୍ୟବସ୍ଥାରେ ପୂର୍ତ୍ତ  ଓ ଗୃହନିର୍ମାଣ କାର୍ଯ୍ୟାଳୟ, ଜରାଜୀର୍ଣ୍ଣ ଛାତ୍ରାବାସ କୋଠା   25-Apr-2026
  ରାଜ୍ୟ  
ପରମହଂସନାଥ ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ   25-Apr-2026
  ଜିଲ୍ଲା  
ଯୋଜନା ଅଛି, କିନ୍ତୁ ଲାଭ ପହଞ୍ଚୁନି♦️ ସମ୍ପୂର୍ଣ ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ବିମ୍ବାଧର: ୧୦୦% ଦୃଷ୍ଟିହୀନ ଥାଇ ମଧ୍ୟ ମିଳୁନି ପୂର୍ଣ୍ଣ ଭତ୍ତା   25-Apr-2026
  ଜିଲ୍ଲା  
ଅସହ୍ୟ ତାତି, ଜନଜୀବନ ଅସ୍ତବ୍ୟସ୍ତ   25-Apr-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ଜାତୀୟ ପଂଚାୟତି ରାଜ ଦିବସ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଲୋକଙ୍କ ସକ୍ରିୟ ଭାଗିଦାରୀ ଓ ଅଭିନବ ଚିନ୍ତାଧାରା ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ଗତିଶୀଳ କରିବ- ମୁଖ୍ୟମନ୍ତ୍ରୀ    24-Apr-2026
  ଜିଲ୍ଲା  
ଡାବୁଗାଁ ବ୍ଲକ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ   24-Apr-2026
  ଜିଲ୍ଲା  
ଘରୋଇ ଆଇ.ଟି.ଆଇ ସଂଘର ଜରୁରୀକାଳୀନ ବୈଠକ   24-Apr-2026

You Might Also Like