-+91-9937148622 |

prerana_bgr@rediffmail.com |

  Wednesday 10th June 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬, ଘରେ ଘରେ ପହଞ୍ଚୁଛନ୍ତି ବି. ଏଲ. ଓ    (09-Jun-2026)       ||      ବରଗଡ଼ ରେ ଅଭାବନୀୟ ଘଟଣା ଚିକିତ୍ସା ଅବହେଳାରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ♦️ ବରଗଡ଼ ପୁରୋହିତ ହସ୍ପିଟାଲ ସାମନାରେ ଶବ ରଖି ରାସ୍ତାରୋକ    (09-Jun-2026)       ||      *ଶିକ୍ଷା ସମ୍ମାନରେ ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ସିଦ୍ଧାର୍ଥ ମହାବିଦ୍ୟାଳୟର ଛାତ୍ର ସତ୍ୟନାରାୟଣ ଭୁଏ*   (09-Jun-2026)       ||      OPSC ପରୀକ୍ଷାରେ କପି ଅଭିଯୋଗର ଖୋଳତାଡ଼   (09-Jun-2026)       ||      ବିଜେଡି ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ   (09-Jun-2026)       ||      ଜାତୀୟରାଜପଥ-୨୬ରେ ଟ୍ରକଚାପାରେ ମାଆଝିଅ ମୃତ,ସହରରେ ଶୋକରଛାୟା   (09-Jun-2026)       ||      ଆଲୁମିନିୟମ ତାର ଚୋରୀ ଅଭିଯୋଗରେ ୬ ଜଣ ଗିରଫ ପରେ କୋର୍ଟ ଚାଲାଣ   (09-Jun-2026)       ||      *ପ୍ରତି ଗାଁ ପ୍ରତି ଘର କୁ ଯୋଗ ର ବାର୍ତା ପହଞ୍ଚାଇବା କୁ ପରାମର୍ଶ କଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ*- *ରଘୁନାଥ ଜଗଦଲା*-   (09-Jun-2026)       ||      ଓଜେଇଇ-୨୦୨୬ ପରୀକ୍ଷାରେ ଯୁବୋଦୟ କଲେଜର ଅଭୂତପୂର୍ବ ସଫଳତା   (09-Jun-2026)       ||      ଯୁବ ସମାବେଶ ନେଇ ଆମପାଣି ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରସ୍ତୁତି ବୈଠକ   (09-Jun-2026)       ||      ଭେଡେନ ବ୍ଲକ ବରିଷ୍ଠ ନାଗରିକ ପୁନର୍ଗଠନ   (09-Jun-2026)       ||      ଟ୍ରକ ଚକା ତଳେ ଜୀବନ ଗଲା ♦️ସ୍କୁଟି ରେ ଯାଉଥିବା ମା ଝିଅ ଟ୍ରକ ଚକା ତଳେ ଚାପି ହୋଇ ମୃତ, ଘଟଣାସ୍ଥଳ ରେ ଶୋକାକୁଳ ପରିବେଶ    (09-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା - ବରଗଡ଼ ଏସ.ପିଙ୍କ ଅଧ୍ୟକ୍ଷତା ରେ ବୈଠକ ।   (09-Jun-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୨୭ଟି ଦରଖାସ୍ତ ଗ୍ରହଣ   (09-Jun-2026)       ||      ସ୍ୱର୍ଗତ ଅବନୀ ମୋହନ ଥିଲେ ତ୍ୟାଗ ଓ ଆଦର୍ଶର ପ୍ରତୀକ♦️ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଅବନୀମୋହନ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିଙ୍କ ମତ    (09-Jun-2026)       ||      ଏସ ଆଇ ଏଚ ଏମ୍ ରେ ନାମ ଲେଖାଇଲେ ୩ ଜଣ ଛାତ୍ରଛାତ୍ରୀ।   (08-Jun-2026)       ||      ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ପଠାଇଲେ ରେଡକ୍ରସ ସ୍ବେଛାସେବୀ ସତ୍ୟନାରାୟଣ    (08-Jun-2026)       ||      ବଡ଼ଚଣା ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (08-Jun-2026)       ||      ବାଲିଗୁଡା ଆଇ ଟି ଡି ଏ  ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ  ପୁଳାପୁଳା ସମ୍ପତ୍ତି ଠାବ କଲା ଭିଜିଲାନ୍ସ   (08-Jun-2026)       ||      ଲୁହୁରେନ ପାଲି ଗାଁ ର ଲୋକଙ୍କ ସମସ୍ୟା ଶୁଣିଲେ ନରସିଂହ    (08-Jun-2026)       ||     

HOME   ରାଜ୍ୟ

କନ୍ଧମାଳରେ ମରୁଡ଼ି ସ୍ଥିତି: ତିନି ମାସରେ ନିଅଣ୍ଟିଆ ବର୍ଷା, ଚାଷୀ ମୁଣ୍ଡରେ ଚଡ଼କ

29-Aug-2021



କନ୍ଧମାଳ,(ପ୍ରେରଣା ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଉତ୍କଟ ରୂପ ଧାରଣ କରିଛି। ବିଶେଷକରି ଅଗଷ୍ଟ ମାସଟି କନ୍ଧମାଳ ଜିଲ୍ଲାର ଚାଷୀଙ୍କ ପାଇଁ ଅଭିଶାପ ପାଲଟିଛି। ପ୍ରତିବର୍ଷ ଅଗଷ୍ଟ ମାସରେ କନ୍ଧମାଳ ଜିଲ୍ଲାରେ ହାରାହାରି ୨୨୫ ମିମି. ବୃଷ୍ଟିପାତ ହେଉଥିବା ବେଳେ

ଚଳିତବର୍ଷ ଅଗଷ୍ଟ ମାସ ୨୧ ତାରିଖ ସୁଦ୍ଧା ମାତ୍ର ୮୦ ମିମି ବୃଷ୍ଟିପାତ ହୋଇଛି। ଅଗଷ୍ଟ ମାସରେ ଏଭଳି ନିଅଣ୍ଟିଆ ବର୍ଷା ଫଳରେ କନ୍ଧମାଳ ଜିଲ୍ଲାରେ ଆସନ୍ନ ମରୁଡ଼ି ପରିସ୍ଥିତି ଉପୁଜିଛି। ଅଗଷ୍ଟ ମାସରେ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକରେ ସର୍ବନିମ୍ନ ୧୮ ମିମି. ବୃଷ୍ଟିପାତ ରେକର୍ଡ କରାଯାଇଥିବା ବେଳେ କୋଟଗଡ଼ ବ୍ଲକରେ ସର୍ବାଧିକ ୧୮୦ ମିମି. ବର୍ଷା ହୋଇଛି।ସାମ୍ଭାବ୍ୟ ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଡକାଯାଇଛି। କୃଷି ବିଭାଗ ସମେତ ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ପ୍ରାଣୀ ଚିକିତ୍ସା 

ବିଭାଗ, ବିଦ୍ୟୁତ୍‌ ବିଭାଗ, କ୍ଷୁଦ୍ର ଜଳସେଚନ, ମଧ୍ୟମ ଜଳସେଚନ ଏବଂ ଉଠା ଜଳସେଚନ ବିଭାଗର ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଆପାତକାଳୀନ ଯୋଜନା ପ୍ରସ୍ତୁତି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନାରେ ଚାଷୀଙ୍କୁ ବିକଳ୍ପ ସହାୟତା ପ୍ରଦାନ କରାଯିବ। ଏହା ସହିତ ଅଚଳ ହୋଇ ପଡ଼ିଥିବା ଉଠାଜଳସେଚନର ମରାମତି, ବିଦ୍ୟୁତ୍‌ ଦେୟ ପୈଠ ହୋଇ ନଥିବାରୁ ସଂଯୋଗ ବନ୍ଦ କରି ଦିଆଯାଇଥିବା ଉଠାଜଳସେଚନ ପଏଣ୍ଟଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ବିଜୁଳି ଯୋଗାଣ କରିବା, ଚାଷୀଙ୍କୁ ଧାନ ବଦଳରେ ଅନ୍ୟାନ୍ୟ ଅଣଧାନ ଚାଷ ପାଇଁ ପ୍ରୋତ୍ସାହନ ଯୋଗେଇ ଦେବା ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ବାରୋପ କରାଯାଇଛି ବୋଲି ଜିଲ୍ଲାପାଳ ଡ. ବୃନ୍ଦା ଡି. ସୂଚନା ଦେଇଛନ୍ତି।ଅପରପକ୍ଷେ, କେଉଁ କେଉଁ ବ୍ଲକ ମରୁଡ଼ି ପ୍ରଭାବିତ ହୋଇଛି ତାହାର ସର୍ଭେ କରିବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କୃଷି ବିଭାଗ ପକ୍ଷରୁ ବ୍ଲକସ୍ତରରୁ ମରୁଡ଼ି ରିପୋର୍ଟ ଆସିବା ପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। କନ୍ଧମାଳ ଜିଲ୍ଲା କୃଷି ବିଭାଗର ତଥ୍ୟ ଅନୁସାରେ, ଗତ ୩ ମାସ ଧରି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଜୁନ୍‌ ମାସରେ ପ୍ରତିବର୍ଷ କନ୍ଧମାଳ ଜିଲ୍ଲାରେ ହାରାହାରି ୨୦୮ ମିମି ବୃଷ୍ଟିପାତ ହେଉଥିବାବେଳେ ଚଳିତବର୍ଷ ଜୁନ୍‌ ମାସରେ ୧୨୬ ମିମି ବୃଷ୍ଟିପାତ ହୋଇଛି। ଜୁନ୍‌ ମାସରେ କନ୍ଧମାଳ ଜିଲ୍ଲାରେ ୩୯.୫ ବୃଷ୍ଟିପାତ ହୋଇଛି। ସେହିଭଳି କନ୍ଧମାଳ ଜିଲ୍ଲାରେ ଜୁଲାଇ ମାସରେ ୩୨୫ ମିମି ବୃଷ୍ଟିପାତ ହେଉଥିବାବେଳେ ଚଳିତବର୍ଷ ଜୁଲାଇରେ ୨୯୯ ମିମି ବୃଷ୍ଟିପାତ ହୋଇଛି। କନ୍ଧମାଳ ଜିଲ୍ଲାରେ ଜୁଲାଇ ମାସରେ ୭.୯ ବୃଷ୍ଟିପାତ ହୋଇଛି। ଅଗଷ୍ଟ ମାସରେ କନ୍ଧମାଳ ଜିଲ୍ଲାରେ ୨୨୫ ମିମି ବୃଷ୍ଟିପାତ ହେଉଥିବା ବେଳେ ଚଳିତବର୍ଷ ଅଗଷ୍ଟ ମାସରେ (୨୧.୦୮.୨୧ ସୁଦ୍ଧା) ହୋଇଛି ମାତ୍ର ୮୦ ମିମି. ଚଳିତବର୍ଷ ଅଗଷ୍ଟ ମାସରେ କନ୍ଧମାଳ ଜିଲ୍ଲାରେ ୬୪ ବର୍ଷା ହୋଇଛି। ଚଳିତବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଜିଲ୍ଲାରେ ତଳି ପକା କାର୍ଯ୍ୟକ୍ରମ ବିଳମ୍ବିତ ହୋଇଥିଲା। ତେବେ ଗତ ଜୁଲାଇ ମାସରେ ସାମାନ୍ୟ ଭଲ ବର୍ଷା ହେବାରୁ ରୁଆ କାର୍ଯ୍ୟ ହୋଇଥିଲା। ମାତ୍ର ଅଗଷ୍ଟ ମାସରେ ବର୍ଷା ନ ଥିବାରୁ ଜମିରେ ତଳି ଶୁଖିବା ସହ ରୁଆ ‌ହୋଇଥିବା ଗଛ ମଧ୍ୟ ମରିବାକୁ ବସିଲାଣି। ତେବେ ଚଳିତ ମାସ ଶେଷ ସୁଦ୍ଧା ବର୍ଷା ନ ହେଲେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ ସୂଚନା ଦେଇଛନ୍ତି। ଗତ ତିନି ମାସରେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରେ ନିଅଣ୍ଟିଆ ବର୍ଷା ରେକର୍ଡ଼ କରାଯାଇଛି। ଖଜୁରୀପଡ଼ା ବ୍ଲକରେ ଜୁନ ମାସରେ ୧୪୬ ମିମି ବୃଷ୍ଟିପାତ ହୋଇଥିବାବେଳେ ଜୁଲାଇରେ ୨୫୮ ମିମି ଏବଂ ଅଗଷ୍ଟରେ ମାତ୍ର ୬୯ ମିମି ବର୍ଷା ହୋଇଛି। ସେହିଭଳି ଫିରିଙ୍ଗିଆ ବ୍ଲକରେ ଜୁନ୍‌ ମାସରେ ୧୪୬ ମିମି ବୃଷ୍ଟିପାତ ହୋଇଥିବା ବେଳେ ଜୁଲାଇ ମାସରେ ୪୪୬ ମିମି. ଅଗଷ୍ଟରେ ମାତ୍ର ୭୫ ମିମି. ଫୁଲବାଣୀ ବ୍ଲକରେ ଜୁନ୍‌ ମାସରେ ୯୮ ମିମି. ଜୁଲାଇ ମାସରେ ୨୮୭, ଅଗଷ୍ଟରେ ମାତ୍ର ୪୦ ମିମି. ବାଲିଗୁଡ଼ା ବ୍ଲକରେ ଜୁନ୍‌ ମାସରେ ୧୪୦ ମିମି ବୃଷ୍ଟିପାତ ହୋଇଥିବା ବେଳେ ଜୁଲାଇ ମାସରେ ୩୩୯ ମିମି. ଅଗଷ୍ଟ ମାସରେ ୧୧୫ ମିମି. କୋଟଗଡ଼ ବ୍ଲକରେ ଜୁନ୍‌ ମାସରେ ୧୬୫ ମିମି ବର୍ଷା ହୋଇଥିବାବେଳେ ଜୁଲାଇ ମାସରେ ୩୪୮ ମିମି. ଅଗଷ୍ଟରେ ୧୮୦ ମିମି. ତୁମୁଡ଼ିବନ୍ଧ ବ୍ଳକରେ ଜୁନ୍‌ ମାସରେ ୧୧୯ ମିମି ବୃଷ୍ଟିପାତ ହୋଇଥିବାବେଳେ ଜୁଲାଇ ମାସରେ ୨୨୯ ମିମି. ଅଗଷ୍ଟ ମାସରେ ୭୪ ମିମି. ଚକାପାଦ ବ୍ଲକରେ ଜୁନ୍‌ ମାସରେ ୮୮ ମିମି ବୃଷ୍ଟିପାତ ହୋଇଥିବାବେଳେ ଜୁଲାଇ ମାସରେ ୩୦୮ ମିମି. ଅଗଷ୍ଟ ମାସରେ ମାତ୍ର ୧୮ ମିମି. ଘୁ.ଉଦୟଗିରି ବ୍ଲକରେ ଜୁନ ମାସରେ ୧୧୧ ମିମି ବର୍ଷା ହୋଇଥିବାବେଳେ ଜୁଲାଇ ମାସରେ ୨୭୦ ମିମି. ଅଗଷ୍ଟ ମାସରେ ୮୭ମିମି, ରାଇକିଆ ବ୍ଲକରେ ଜୁନ୍‌ ମାସରେ ୧୯୪ ମିମି ବର୍ଷା ହୋଇଥିବା ବେଳେ ଜୁଲାଇ ମାସରେ ୨୬୬ ମିମି. ଅଗଷ୍ଟ ମାସରେ ୮୬ ମିମି. ଟିକାବାଲି ବ୍ଲକରେ ଜୁନ୍‌ ମାସରେ ୫୬ ମିମି ବର୍ଷା ହୋଇଥିବା ବେଳେ ଜୁଲାଇ ମାସରେ ୩୧୩ ମିମି. ଅଗଷ୍ଟ ମାସରେ ମାତ୍ର ୧୮ ମିମି. ଦାରିଂବାଡ଼ି ବ୍ଲକରେ ଜୁନ୍‌ ମାସରେ ୧୨୯ ମିମି ବର୍ଷା ହୋଇଥିବାବେଳେ ଜୁଲାଇ ମାସରେ ୨୭୮ ମିମି. ଅଗଷ୍ଟ ମାସରେ ୬୮ ମିମି. କ.ନୂଆଗାଁ ବ୍ଲକରେ ଜୁନ ମାସରେ ୧୧୮ ମିମି ବର୍ଷା ହୋଇଥିବା ବେଳେ ଜୁଲାଇ ମାସରେ ୨୪୯ ମିମି. ଅଗଷ୍ଟ ମାସରେ ୧୧୯ ମିମି ବର୍ଷା ହୋଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬, ଘରେ ଘରେ ପହଞ୍ଚୁଛନ୍ତି ବି. ଏଲ. ଓ   09-Jun-2026
  ରାଜ୍ୟ  
ବରଗଡ଼ ରେ ଅଭାବନୀୟ ଘଟଣା ଚିକିତ୍ସା ଅବହେଳାରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ♦️ ବରଗଡ଼ ପୁରୋହିତ ହସ୍ପିଟାଲ ସାମନାରେ ଶବ ରଖି ରାସ୍ତାରୋକ   09-Jun-2026
  ଜିଲ୍ଲା  
*ଶିକ୍ଷା ସମ୍ମାନରେ ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ସିଦ୍ଧାର୍ଥ ମହାବିଦ୍ୟାଳୟର ଛାତ୍ର ସତ୍ୟନାରାୟଣ ଭୁଏ*   09-Jun-2026
  ଜିଲ୍ଲା  
OPSC ପରୀକ୍ଷାରେ କପି ଅଭିଯୋଗର ଖୋଳତାଡ଼   09-Jun-2026
  ଜିଲ୍ଲା  
ବିଜେଡି ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ   09-Jun-2026
  ଜିଲ୍ଲା  
ଜାତୀୟରାଜପଥ-୨୬ରେ ଟ୍ରକଚାପାରେ ମାଆଝିଅ ମୃତ,ସହରରେ ଶୋକରଛାୟା   09-Jun-2026
  ଜିଲ୍ଲା  
ଆଲୁମିନିୟମ ତାର ଚୋରୀ ଅଭିଯୋଗରେ ୬ ଜଣ ଗିରଫ ପରେ କୋର୍ଟ ଚାଲାଣ   09-Jun-2026
  ଜିଲ୍ଲା  
*ପ୍ରତି ଗାଁ ପ୍ରତି ଘର କୁ ଯୋଗ ର ବାର୍ତା ପହଞ୍ଚାଇବା କୁ ପରାମର୍ଶ କଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ*- *ରଘୁନାଥ ଜଗଦଲା*-   09-Jun-2026
  ଜିଲ୍ଲା  
ଓଜେଇଇ-୨୦୨୬ ପରୀକ୍ଷାରେ ଯୁବୋଦୟ କଲେଜର ଅଭୂତପୂର୍ବ ସଫଳତା   09-Jun-2026
  ଜିଲ୍ଲା  
ଯୁବ ସମାବେଶ ନେଇ ଆମପାଣି ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରସ୍ତୁତି ବୈଠକ   09-Jun-2026
  ଜିଲ୍ଲା  
ଭେଡେନ ବ୍ଲକ ବରିଷ୍ଠ ନାଗରିକ ପୁନର୍ଗଠନ   09-Jun-2026
  ଜିଲ୍ଲା  
ଟ୍ରକ ଚକା ତଳେ ଜୀବନ ଗଲା ♦️ସ୍କୁଟି ରେ ଯାଉଥିବା ମା ଝିଅ ଟ୍ରକ ଚକା ତଳେ ଚାପି ହୋଇ ମୃତ, ଘଟଣାସ୍ଥଳ ରେ ଶୋକାକୁଳ ପରିବେଶ   09-Jun-2026

You Might Also Like