-+91-9937148622 |
prerana_bgr@rediffmail.com |
Friday 23rd October 2026 |
R.N.I. Regd No. ODIODI/2010/46693
Breaking News
23-Oct-2026
ଲୋଇସିଂହା, (ପ୍ରେରଣା ଖବର) ବଲାଙ୍ଗିର ଜିଲ୍ଲା ଲୋଇସିଂହା ଠାରେ ଗତ ୧୬ ତାରିଖ ରୁ ଆରମ୍ଭ ହୋଇଥିବା ୫୬ତମ ଦୁର୍ଗାପୂଜା ଉତ୍ସବ ସମାପନ ହୋଇଯାଇଛି। ଷଷ୍ଠୀ ପୂଜା ଠାରୁ ସ୍ଥାନୀୟ ମଣ୍ଡପ ଠାରେ ମା ଦୁର୍ଗା ଙ୍କ ପୂଜା ଆରମ୍ଭ ହୋଇଥିଲା । ବୁଧବାର ମା ଙ୍କ ଘଟ ବିସର୍ଜନ କରାଯାଇଥିବା ବେଳେ ଗୁରୁବାର ମା ଙ୍କ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବୁଧବାର ବିଜୟା ଦଶମୀ ଅବସର ରେ ମା ଙ୍କ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା । ପୂଜା ପରେ ଲାଖବିନ୍ଧା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପରମ୍ପରା ଅନୁସାରେ ଏହି ଶୋଭାଯାତ୍ରା ରେ ସ୍ଥାନୀୟ ଜମିଦାର ଅର୍ଚନା ଦେବି ସିଂରାଏ ସାମିଲ ହୋଇଥିଲେ l ଲାଖବିନ୍ଧା ସରିବା ପରେ ସାପ୍ତାହିକ ବଜାର ଠାରେ ରାବଣପୋଡି ଓ ଆତସବାଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଚାରି ଦିନତ୍ମକ ପୂଜା ଉତ୍ସବ ରେ ପ୍ରତିଦିନ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଭସାଣି ଶୋଭାଯାତ୍ରା ରେ ପରମ୍ପରିକ ଦୂଲଦୁଲି ବାଜା, ଘଣ୍ଟାବାଦ୍ୟ ଓ ଅନ୍ୟ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ । ତେବେ ଶାନ୍ତି ଶୃଙ୍ଖଳା ର ସହ ବହୁ ଆଡମ୍ବର ରେ ପୂଜା ଉତ୍ସବ ଆୟୋଜିତ ହୋଇଥିବା ବେଳେ ଆସନ୍ତା ବର୍ଷ ଆହୁରି ଆଡମ୍ବର ସହ ମା ଙ୍କ ପୂଜା ଆୟୋଜିତ କରିବା ପାଇଁ ଉଦ୍ୟମ କରାଯିବ ବୋଲି ସଭାପତି ଆନନ୍ଦ ପୁଟେଲ କହିଛନ୍ତି l