-+91-9937148622 |
prerana_bgr@rediffmail.com |
Friday 23rd October 2026 |
R.N.I. Regd No. ODIODI/2010/46693
Breaking News
23-Oct-2026
ବଲାଙ୍ଗୀର(ପ୍ରେରଣା ଖବର): ଷ୍ଟେଟ୍ ଇୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍ ବଲାଙ୍ଗୀର ଶାଖାର ଏକ ବୈଠକ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାମ୍ବାଦିକମାନଙ୍କ ସୁରକ୍ଷା, ପେନସନ, ଏସ୍. ୟୁ.ଜେ ର ସଭ୍ୟ ସଂଖ୍ୟା ଵୃଦ୍ଧି ଏବଂ ସଂଘର ସଭ୍ୟ ନବୀକରଣ ଉପରେ ଆଲୋଚନା ହୋଇଥିଲା ।
ଏସ୍.ୟୁ.ଜେ ର ସାଭାପତି ଶରତ କୁମାର ମାହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ଏସ୍ ୟୁ ଜେ ର ରାଜ୍ୟ ଉପଦେଷ୍ଟା ଗୋପବନ୍ଧୁ ଶତପଥୀ, ବିମଲ ଚନ୍ଦ୍ର ହୋତା, ଏସ୍.ୟୁ.ଜେ ର ଉପସଭାପତି କଣ୍ଟାବାଞ୍ଜିର ରୋହନ ମହତ୍, ଏସ୍ ୟୁ ଜେ ର କୋଷାଧକ୍ଷ ଶ୍ରୀମନ୍ତ ପଣ୍ଡା ଯୋଗ ଦେଇ ନିଜ ବକ୍ତବ୍ୟରେ ଏସ୍ ୟୁଜେ କୁ ତୃଣମୂଳ ସ୍ଥଳରେ କିପରି ସୁଦୃଢ କରାଇପାରିବ ଓ ସାମ୍ବାଦିକ ମାନଙ୍କ ମଧ୍ୟରେ ଏକତା, ଅଖଣ୍ଡତା ଏବଂ ଭାଇଚାରା ବଜାୟ ରହିପାରିବ ସେ ବିଷୟରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସଭାକୁ ଏସ୍ ୟୁ ଜେ ବଲାଙ୍ଗୀର ଶାଖାର ସମ୍ପାଦକ ରଘୁନନ୍ଦନ ସିଂହ ସଂଯୋଜନା କରିଥିବା ବେଳେ
ରାଧାକ୍ରିଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ ୟୁ ଜେର ରାଜ୍ୟ ଉପସଭାପତି ମହେନ୍ଦ୍ର କୁମାର ଦର୍ଜୀ, ସାମ୍ବାଦିକ ସୁଧୀର କୁମାର ମିଶ୍ର, ବଳରାମ ମିଶ୍ର ଚିତ୍ତରଞ୍ଜନ ମିଶ୍ର, ବାଳକୃଷ୍ଣ ଷଡ଼ଙ୍ଗୀ , ପବନ ବଂସଲ, ତୁଲସୀରାମ ଜଗତ, ଯୁଗଳ କିଶୋର ଶବର ପ୍ରମୁଖ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଭ୍ରମାତ୍ମକ ଖବର ପରିବେଷଣରୁ ସାମ୍ବାଦିକ ମାନେ ଦୂରରେ ରହି ସଠିକ ଖବର ଉପରେ ଗୁରୁତ୍ୱ ଦେଲେ ଲୋକ ମାନଙ୍କ ଆସ୍ଥାଭାଜନ ହୋଇପାରିବେ ବୋଲି ମତାମତ ପ୍ରକାଶ ପାଇଥିଲା। ଏ ବୈଠକରେ ଜିଲ୍ଲାର ବହୁ ସାମ୍ବାଦିକ ଙ୍କ ସମେତ ଏସ.ୟୁ.ଜେ ର ସଦସ୍ୟମାନେ ଯୋଗ ଦେଇଥିଲେ । ସାମ୍ବାଦିକ ମହେନ୍ଦ୍ର ପ୍ରଧାନ, ରଶ୍ମିରଞ୍ଜନ ପଟ୍ଟନାୟକ, ଅଭିଳାଷ ହୋତା, ମୋହନ ସୁନା, ସନ୍ତୋଷ ଠାକୁର, ଚିତ୍ରସେନ ବେହେରା, ସମୀର ଦାଶ ପ୍ରମୁଖ ସହଯୋଗ କରିଥିଲେ ।