-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
25-Aug-2021
ଭୁବନେଶ୍ବର (ଶୁଭାଶିଷ ନାୟକ) : ଅନ୍ ଲାଇନ୍ ରେ ହେବ ଲ ପରୀକ୍ଷା । ଉତ୍କଳ ବିଶ୍ବବିଦ୍ୟାଳୟ ଅଧିନରେ ଥିବା ସବୁ ଲ କଲେଜ ଗୁଡିକର ପରୀକ୍ଷା ଅନ୍ ଲାଇନ୍ ମାଧ୍ୟମରେ ହେବ । ଏନେଇ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଶରତ ମାଝୀ । ଆସନ୍ତା ୩ ସେପ୍ଟେମ୍ବରରୁ ତୃତୀୟ ଏବଂ ସପ୍ତମ ସେମିଷ୍ଟାର ପରୀକ୍ଷା ହେବ । ପ୍ରଥମ ଏବଂ ପଞ୍ଚମ ସେମିଷ୍ଟାର ୧୩ ସେପ୍ଟେମ୍ବର ରୁ ଆରମ୍ଭ ହୋଇ ୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ୮ମ ସେମିଷ୍ଟାର ପରୀକ୍ଷା ଅକ୍ଟୋବର ୨୫ ତାରିଖରେ କରାଯିବା ନେଇ ସ୍ଥିର ହୋଇଛି । ସେହପରି ନବମ ସେମିଷ୍ଟାର ପରୀକ୍ଷା ୨୦୨୨ ଫେବୃୟାରୀ ମାସରେ ହେବାକୁ ଥିବା ବେଳେ ୧୦ ମ ସେମିଷ୍ଟାର ପରୀକ୍ଷା ଆସନ୍ତା ବର୍ଷ ଜୁନ୍ରେ ହେବ । ପୂର୍ବରୁ ସେମିଷ୍ଟାର ଗୁଡିକ ଅଫଲାଇନ୍ରେ ହେବାକୁ ନିଷ୍ପତ୍ତି ନିଆଯାଇଥିଲା । ଅଫଲାଇନ୍ ପରୀକ୍ଷାକୁ ବିରୋଧ ୫ଟି କଲେଜର ଛାତ୍ରଛାତ୍ରୀମାନେ ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ କୂଳପତିଙ୍କୁ ଘେରାଉ କରିଥିଲେ ।