-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
23-Aug-2021
ବଲାଙ୍ଗିର(ପ୍ରେରଣା ଖବର)-ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ଏସ.ସି./ଏସ.ଟି ସିନିୟର ଏସ.ଇ.ଏସ. (ମାଧ୍ୟମିକ ଶିକ୍ଷା ସେବା) ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ଗୁଗୁଲମିଟ୍ ଭଚ୍ୁର୍ଆଲ ମୋଡ ଜରିଆରେ ପ୍ରଧାନ ଶିକ୍ଷକ ସଦାନନ୍ଦ ଭୋଇଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ହାଇସ୍କୁଲରୁ ଯୋଗ ଦେଇଥିବା ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ଏକ ନୂତନ ସଂଘ ଗଠିତ ହୋଇଥିଲା । ସଭାପତି ଭାବେ ସଦାନନ୍ଦ ଭୋଇ, ଉପସଭାପତି ଭାବେ ଶ୍ୟାମ ସୁନ୍ଦର କୁଅଁର ଏବଂ ନିହାରୀକା ଦାଶ, ସମ୍ପାଦକ ହେମନ୍ତ ବାରିକ, ସହ ସମ୍ପାଦକ ହୃଦୟାନନ୍ଦ ଛତ୍ରିଆ ଏବଂ ଅଶୋକ ତରିଆ, କେସିୟର ଭାବେ ବିନାୟକ କୁମ୍ଭାର, ଉପଦେଷ୍ଟା ଭାବେ ଦ୍ୱିତୀ ରଂଜନ ମହାଲିଙ୍ଗ ଚୟନ ହୋଇଥିଲେ । ଏହି ବୈଠକରେ ପ୍ରଧାନ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ସହ ବଦଳି ଏବଂ ନୂତନ ଦରମା ନିର୍ଦ୍ଧାରଣ ବିଷୟରେ ଆଲୋଚନା କରାଯାଇଥିଲା । ଶେଷରେ ପ୍ରଧାନ ଶିକ୍ଷକ ଦ୍ୱିତୀ ରଂଜନ ମହାଲିଙ୍ଗ ଧନ୍ୟବାଦ ଦେଇଥିଲେ ।