-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
15-Aug-2021
ବଲାଙ୍ଗିର (ପ୍ରେରଣା ଖବର) : ଆଜି ସ୍ଥାନୀୟ ଅମଲା ଭବନ ଠାରେ କବି ଜ୍ୟୋତି ରଞ୍ଜନ ମିଶ୍ରଙ୍କ ଭଜନ କବିତା ସଙ୍କଳନ ଗୀତ ମୁକୁତା ଲୋକାର୍ପିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ନାଟ୍ଯ ଭୂଷଣ ଜଗଦାନନ୍ଦ ଛୁରିଆ i khଯୋଗ ଦେଇଥିଲେ l ସ୍ରୋତ ସ୍ଵତୀ ପ୍ରକାଶନୀ ଦ୍ଵାରା ପ୍ରକାଶିତ ଏହି ଭଜନ ପୁସ୍ତକ ପାଠକୀୟ ସ୍ବୀକୃତି ହାସଲ କରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ l ସମ୍ମାନିତ ଅତିଥି ଭାବେ କବୟିତ୍ରୀ ଜ୍ୟୋତିର୍ମୟୀ ସାହୁ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଯୁବ କବି ରତ୍ନମୟ ତ୍ରିପାଠୀ ସ୍ଵାଗତ ଭାଷଣ ଦେଇଥିବା ବେଳେ କବି ତଥା ସ୍ରୋତ ସ୍ଵତୀ ପ୍ରକାଶନୀ ର ସମ୍ପାଦକ ସନ୍ଦୀପ କୁମାର କୁଅଁର ସଭା ପରିଚାଲନା କରିଥିଲେ l
ସଭା ପ୍ରାରମ୍ଭରେ ଅଧ୍ୟାପକ କଉତୁକ ପନ୍ଦର ପୁସ୍ତକର ସମୀକ୍ଷା କରିଥିଲେ l ପୁସ୍ତକର ରଚୟିତା ଜ୍ୟୋତି ରଞ୍ଜନ ମିଶ୍ର ପୁସ୍ତକ ପ୍ରକାଶନ ଓ ପୁସ୍ତକର ଭାଜନlବଳି ସମ୍ପର୍କୀୟ ନିଜର ଅଭିମତ ପ୍ରଦାନ କରିଥିଲେ l
ଏହି ସାରସ୍ଵତ ସମାରୋହରେ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ l