-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
15-Aug-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ଆଜି କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗୀର ଜିଲ୍ଲା ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ୭୫ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି | ଏହି ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲାର ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀ ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର ବରିଷ୍ଠ ଉପାଧ୍ୟକ୍ଷ ସଙ୍କର୍ଷଣ ଆଚାର୍ଯ୍ୟ,ଯୁବ ମୋର୍ଚ୍ଚା ସଭାପତି ଆଲୋକ ନାଥ ପଣ୍ଡା,ଜିଲ୍ଲା ସଚିବ ହରେକୃଷ୍ଣ ବେହେରା,ଚକ୍ରଧର ପାଣି,ନେପାକ ସା, ରବୀନ୍ଦ୍ର ନାଏକ,ମନୋଜ ନାଏକ,ବୁଲୁ ପରଡିଆ,ପ୍ରଶାନ୍ତ ମିଶ୍ର ଏବଂ ଜିଲ୍ଲା ଓ ନଗରର ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ | ଜିଲ୍ଲାର ସଭାପତି ପ୍ରଦୀପ ତ୍ରିପାଠୀ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳନର ବିଶେଷତ୍ୱ ବର୍ଣ୍ଣନା କରିଥିଲେ ଏବଂ ପରେ ମିଷ୍ଠାନ୍ନ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା | କେଶରୀୟା ହିନ୍ଦୁ ବାହିନୀ ସର୍ବଦା ଦେଶ ଓ ହିନ୍ଦୁ ଜାତି ଓ ଗୋ ସୁରକ୍ଷା ପାଇଁ ଲଢେଇ ଜାରି ରଖିବ ବୋଲି ନିଜ ବକ୍ତବ୍ୟରେ ପ୍ରଦୀପ ତ୍ରିପାଠୀ କହିଥିଲେ |