-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
13-Aug-2021
ସମ୍ବଲପୁର (ସଂଜୀବ କୁମାର ପାଣିଗ୍ରାହୀ) : ଏକାଥରରେ ଜବତ ହେଲା ୨୦ଟି ବାଇକ ଓ ଗୋଟିଏ ବୋଲେରୋ ଗାଡ଼ି | ତେବେ ଏନେଇ ପୋଲିସ ୧୫ ଜଣଙ୍କୁ ଗିରଫ କରିଛି | ଏମାନଙ୍କ ମଧ୍ୟରେ ୩ ଜଣ ନାବଳକ ରହିଛନ୍ତି | ୧୫ ଜଣଙ୍କ ମଧ୍ୟରେ ୨ ଜଣ କ୍ରେତା ରହିଛନ୍ତି | ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନା ଅଂଚଳରୁ ଏମାନେ ବାଇକ ଚୋରି କରୁଥିଲେ | ତେବେ ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ଥାନା ଅଂଚଳରେ ଚଢାଉ କରାଯାଇଥିଲା | ତେବେ ଯୁଯୁମୁରା, ଚାରମାଲ,ରେଢାଖୋଲ, ବୌଦ୍ଧ, ରେଙ୍ଗାଲି ଓ ସମ୍ବଲପୁର ଅଂଚଳରୁ ଏହି ସବୁ 20ଟି ବାଇକ ଓ ବୋଲେରୋ ଚୋରି କରିଥିଲେ ଚୋର | ଏଥିରେ ଧନୁପାଲି ଥାନାରୁ ସର୍ବାଧିକ ୧୦ ଟି ବାଇକ୍, ରେଙ୍ଗାଲି ଥାନା ଅଂଚଳରୁ ଗୋଟିଏ ବୋଲେରୋ ଓ ୫ଟି ବାଇକ, ଟାଉନଥାନା ଅଂଚଳରୁ ୫ଟି ବାଇକ ରହିଛି | ଏମାନେ ବାଇକକୁ ଚୋରି କଲାପରେ ଚେଚିସ ଓ ନମ୍ବର ପ୍ଲେଟ ବଦଳାଇ ଦେଉଥିଲେ |