-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
10-Aug-2021
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କେଉଟିପାଲି ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକ ଭାବରେ ଦେବରାଜ ସାହୁ ଯୋଗଦାନ କରିଛନ୍ତି । ଏହ ପୁର୍ବରୁ ସେ ଉଲୁଣ୍ଡା ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ । ତେବେ ପ୍ରଧାନ ଶିକ୍ଷକ ଭାବରେ ପଦୋନ୍ନତି ପାଇବା ପରେ କେଉଟିପାଲି ହାଇସ୍କୁଲରେ ଯୋଗଦାନ କରିଛନ୍ତି । ଯୋଗଦାନ କଲାପରେ ଅନୁଷ୍ଠାନ ତରଫରୁ ଶ୍ରୀଯୁକ୍ତ ସାହୁଙ୍କୁ ସ୍ୱାଗତ କରାଯାଇଥିଲା ।
ତେବେ ସେଠାରେ ପ୍ରଧାନ ଶିକ୍ଷୟତ୍ରୀ ଭାବରେ ଦାଇତ୍ୱରେ ଥିବା ଜୟନ୍ତୀ କେନେଡିଙ୍କ ଠାରୁ ବିଧିବଦ୍ଧ ଭାବରେ ଦାଇତ୍ୱ ଗ୍ରହଣ କରିଥିଲେ । ସେହିପରୀ ଜଉଁରାଭଉଁରା ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକ ଭାବରେ ରାଧେଶ୍ୟାମ ପୁରୋହିତ ଯୋଗଦାନ କରିଛନ୍ତି । ଏହା ପୁର୍ବରୁ ସେ କଲାପଥର ସତ୍ୟବାଦୀ ବିଦ୍ୟାପୀଠରେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବରେ ଦାଇତ୍ୱ ତୁଲାଉଥିଲ । ପଦୋନ୍ନତି ପରେ ଜଉଁରାଭଉଁରା ହାଇସ୍କୁଲରେ ଯୋଗଦାନ କଲାପରେ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସ୍ୱାଗତ କରିଥିଲେ । ସେଠାରେ ପ୍ରଧାନ ଶିକ୍ଷକ ଦାଇତ୍ୱ ତୁଲାଉଥିବା ସର୍ବେଶ୍ୱର ପୁଝାରୀଙ୍କୁ ଠାରୁ ଦାଇତ୍ୱଗ୍ରହଣ କରିଥିଲେ ।