-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
10-Aug-2021
ବଲାଙ୍ଗିର,(ପ୍ରେରଣା ଖବର)ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିବତଲା ସ୍ଥିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଇକୋ କ୍ଲବ ଆନୁକୁଲ୍ୟରେ ସ୍କୁଲର ଅଧ୍ୟକ୍ଷ କୃପାସିନ୍ଧୁ ଯୋଷୀ ଅଧ୍ୟକ୍ଷତାରେ ଓ ଏଜୁକେସନ ଡେମୋଷ୍ଟ୍ରେଟର ହରି ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ବାଳକୃଷ୍ଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସ୍କୁଲ ପରିସରରେ ମୁଖ୍ୟ ଅତିଥି ଶ୍ରୀ ବେହେରାଙ୍କ ସମେତ ସ୍କୁଲର ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ କୋଭିଡ୍-୧୯ ନିୟମ ପାଳନ ମୁତାବକ ବୃକ୍ଷରୋପଣ କରିଥିଲେ । ଏହା ସହ ସ୍କୁଲର ଛାତ୍ର ଛାତ୍ରୀମାନେ ଉତ୍ସାହର ସହ ସ୍କୁଲ ପରିସରରେ ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ ।