-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
07-Aug-2021
କଣ୍ଟାବାଞ୍ଜି , (ଆନନ୍ଦ କୁମାର ମୋଟେ ) ବିଜୁ ମହିଲା ଜନତା ଦଳ ରାଜ୍ୟ ଉପ-ସଭାନେତ୍ରୀ ଗୋପା ମହାନନ୍ଦଙ୍କୁ ବରଗଡ ଜିଲ୍ଲା ବିଜୁ ମହିଳା ଜନତା ଦଳର ପର୍ଯ୍ୟବେକ୍ଷକ ଭାବେ ଚୟନ କରାଯାଇଛି । ଗୋପା ମହାନନ୍ଦ ପୁର୍ବତନ ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରହିଥିବା ବେଳେ ବର୍ତମାନ ସମୟରେ ବିଜେଡି ଦଳ ତାଙ୍କୁ ରାଜ୍ୟ ବିଜୁ ମହିଳା ଦଳ ଉପସଭାପତି, ରାଜ୍ୟ ପରିଷଦ ସଦସ୍ୟା ପଦରେ ନିଯୁକ୍ତ କରାଯାଇଛି । ଗୋପା ମହାନନ୍ଦ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିର ଆଗଧାଡିରେ ଏକ ଟାଣୁଆ ମହିଲା ନେତ୍ରୀ ଭାବେ ବେଶ ଜଣାଶୁଣା । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଲିରେ ବିଧାୟକ ସିଟ ମହିଲା ପାଇଁ ସଂରକ୍ଷିତ ରହେ ତେବେ ତାଙ୍କୁ ବିଜେଡି ଦଳର ଟିକେଟ ମିଲିପାରେ ବୋଲି ଲୋକେ ଚର୍ଚ୍ଚା କରିଥାନ୍ତି । ଜଣେ ଆଗଧାଡିର ମହିଲା ନେତ୍ରୀ ଭାବେ ମହିଲା ସଂଗଠନକୁ ବେଶ ମଜବୁତ କରିଥିବା ମଧ୍ୟ ଦେଖାଯାଏ । ଆଗକୁ ମଧ୍ୟ ମହିଳା ମାନଙ୍କ ହକ, ଅଧିକାରି ଏବଂ ସଂଗଠନ ମଜବୁତ କରିବା ପାଇଁ ଗ୍ରାଉଣ୍ଡ ଜିରୋରେ କାମ କରିବେ ବୋଲି ସୁଚନା ଦେଇଛନ୍ତି ।