-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
05-Aug-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ) ଗତ ରବିବାର ଦିନ ଠାରୁ ସୁବର୍ଣ୍ଣପୁର ମେଡିକାଲ ଲେବ୍ରୋଟାରୀ ଟେକ୍ନିସିଆନ (ପରୀକ୍ଷାଗାର ବିଶେଷଜ୍ଞ ) ସଂଘ ର ବିଭିନ୍ନ ଦାବି ନେଇ ରକ୍ତ ପରୀକ୍ଷାଗାର ର ସମସ୍ତ କର୍ମଚାରୀ କଳାବେଜ ପିନ୍ଧି ଏକ ଅଭିନଵ ଢଙ୍ଗ ରେ ଆନ୍ଦୋଳନ କରି ମେଡିକାଲ ରୋଗୀ ସେବା ମଧ୍ୟ ଯୋଗାଇ ଆସୁଛନ୍ତି l ଡ଼ି ଏମ ଏଲ କାଉନସିଲ ରେ ପଞ୍ଜିକୃତ ପାଇଁ ଯୋଗ୍ୟତା ନ ଥିବl ବ୍ୟକ୍ତି ବିଶେଷ ଙ୍କୁ ଚିକିତ୍ସାଳୟ ରେ କାମ କରିବା ର ସୁଯୋଗ, ଜ଼ିଲ୍ଲା ରେ ସିନିଅର ଲେବ୍ରୋଟାରୀ ଟେକ୍ନିସିଆନ ପୋଷ୍ଟ ଶୀଘ୍ର ପୁରଣ କରିବା, ଟେକ୍ନିସିଆନ ପଦବୀ କୁ ଲେବ୍ରୋରେଟୋରୀ ଟେକନୋଲୋଜିଷ୍ଟ ନାମିତ କରିବା, ଏବଂ ଦୀର୍ଘ ବର୍ଷ ରୁ ଗ୍ରେଡେସନ ଓ ପ୍ରୋମୋସନ ହେଉ ନ ଥିବl କର୍ମଚାରୀ ଙ୍କୁ ପ୍ରୋମସନ ଦିଆଯିବl ପ୍ରମୁଖ ଦାବି ନେଇ ସଂଘ ଆସନ୍ତା 14 ତାରିଖ ଯାଏ ଏ ଆନ୍ଦୋଳନ କୁ ଜାରି ରଖିବ ବୋଲି ସୂଚନା ମିଳିଛି l ସଂଘ ସଭାପତି ଲୋଚନ କୁମାର ଜେନା, ସମ୍ପାଦକ ସୁଭାଷ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ କମିଟି ସଦସ୍ୟ ଟିଟୁ ଭୋଇ, ଉତ୍କଳ ନାଏକ, ପ୍ରଦୀପ ଭୋଇ, ଓ ବନମାଳି ସାହୁ ପ୍ରମୁଖ ଏ ଆନ୍ଦୋଳନ ରେ ସାମିଲ ଅଛନ୍ତି l