-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
04-Aug-2021
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ବଂଶାଜାଲ ପଞ୍ଚାୟତ ଅନ୍ତର୍ଗତ ବାରବାଙ୍କ ଗ୍ରାମରେ ମଙ୍ଗଳବାର ଜଣେ ଚାଷୀ ଦିନ ବେଳେ ଚାଷ କାମ ସାରି ଗାଁ ପୋଖରୀରେ ଗାଧୋଉ ଥିବା ବେଳେ ପାଣିରେ ବୁଡି ମୃତ୍ୟୁ ହୋଇଛି। ମୃତ ଚାଷୀଙ୍କ ନାମ ସେହି ବାରବାଙ୍କ ଗ୍ରାମର ବିଶ୍ଵନାଥ ପ୍ରଧାନ(୪୫)। ବିଶ୍ଵନାଥ ନିଜ ପତ୍ନୀଙ୍କ ସହ ଜମିରୁ ଧାନ ଚାଷ କାମ ସାରି ବେଳାକୁ ଘରକୁ ଖାଇବାକୁ ଆସିଥିଲେ। ହେଲେ ଘରକୁ ଆସିବା ପୂର୍ବରୁ ଗାଁ ପୋଖରୀରେ ଗାଧୋଇବା ପାଇଁ ଯାଇ ଥିଲେ।ମାତ୍ର ସେ ପୋଖରୀର ଗଭୀର ପାଣିରେ ବୁଡି ଯାଇ ଥିଲେ। ମୃତ ବିଶ୍ଵନାଥ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିବା ପରେ ସେ ଗାଁ ପୋଖରୀ ପାଣିରେ ବୁଡି ମୃତ୍ୟୁ ହୋଇ ଯାଇଥିବା ଦେଖିବାକୁ ପାଇ ଥିଲେ।ଏହା ପରେ ପରିବାର ଲୋକେ ଚାରମାଳ ଥାନା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିବା ସହ ଚାରମାଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଦେହକୁ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ଅଣା ଯାଇ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।