-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
03-Aug-2021
ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ): ଆଗଲପୁର ବ୍ଲକ ଭରସୁଜା ପଂଚାୟତ ଗୁହୁରୀଆପଦର ଏକ ପରିବାରରେ ବୋଝ ଉପରେ ନଳିତାବିଡା ସଦୃଶ ଦୁଃଖର ପାହାଡ଼ ପଡିଛି l ଏ ବର୍ଷର ବର୍ଷlର ପ୍ରଭାବରେ ଘରଭୁଶୁଡି ପଡି ଘରର ମୁରବିଙ୍କ ଜଙ୍ଘ ଭାଙ୍ଗିଯାଇଛି l ହସ୍ପିଟାଲରେ ଦେଖାଇବା ପରେ ଭାଗ୍ୟକୁ ଆଦରି ଘରରେ ପଡି ରହିଛନ୍ତି l ସୂଚନା ମୁତାବକ ଗୁହୁରୀଆଘାଟ ନିବାସୀ ସୁରେଶ ସୁନା (୪୭) ଓ ତାଙ୍କ ସ୍ତ୍ରୀ ଭାଗ୍ୟବତୀ ସୁନା (୪୨) ଦୁଇ ପୁଅ ଓ ଗୋଟିଏ ଝିଅ ସହ ଅତି ଦୁଃଖର ସହ ଜୀବନ ବିତାଉଛନ୍ତି l ଚାଷ ଲାଗି ପାଖରେ ନା ଅଛି ଖଣ୍ଡେଜମି ନା ଅଛି ସରକାରଙ୍କ ତରଫରୁ ବଖରାଏ ଆବାସ ଯୋଜନାର ଘର l ସୁରେଶ ସୁନା ଜଣେ ବିକଳାଙ୍ଗ ତାହା ପୁଣି ପରିବାରର ବୋଝ l ଏହି ପରିପ୍ରେକ୍ଷୀରେ ଗାଁ ଗାଁ ବୁଲି ଭିକ୍ଷା ପ୍ରବୃତି କରି ତାଙ୍କ ପରିବାରକୁ ଚଳାଇଥାନ୍ତି l ବର୍ତମାନ ଆକାଶକୁ ବାଦଲ ଢ଼ାଙ୍କିଲା ଭଳି ଟିକିଏ ସୁଖ ଉପରେ ଦୁଃଖର ବାଦଲ ଢାଙ୍କି ପଡିଛି ସୁରେଶ ସୁନାଙ୍କ ପରିବାର ଉପରେ l ଭଲ ଚିକିତ୍ସା ପାଇଁ ପାଖରେ ନା ଅଛି ଟଙ୍କା ନା ଲୋକଙ୍କ ସହଯୋଗ l ଘର ଟିଏ ଲାଗି ଅନେକ ଥର ପଂଚାୟତର ସରପଞ୍ଚ ଓ ବ୍ଲକକୁ ଦୌଡିଥିଲେ ସୁଦ୍ଧା ବିଡ଼ିଓ ତହସିଲଦାର କେହି ଶୁଣୁ ନାହାନ୍ତି l ତହସିଲ କାର୍ଯ୍ୟାଳୟରୁ ଯେଉଁ ଜରିଖଣ୍ଡେ ମିଳିଵl କଥା ତାହା ମଧ୍ୟ ମିଳିନାହିଁ l ଘରଭଙ୍ଗୀର ଦୁର୍ଘଟଣା ଜାଣିବା ପରେ ଡେରିହେଲେ ସୁଦ୍ଧା ଗାଁକୁ ପହଞ୍ଚିଛନ୍ତି ଆରଆଇ ଓ ତହସିଲଦାର lଦେଖାଯାଉ ପ୍ରଶାସନ କଣ କରୁଛି ? ପ୍ରଶାସନ ଏଥିପ୍ରତି ଗୁରୁତର ସହ ଦୃଷ୍ଟିଦେଇ ଉଚିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ll