-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
04-Aug-2021
ବେଲପଡା(ପ୍ରେରଣା ଖବର) ସରସ୍ୱତୀ ଶିଶୁ ମନ୍ଦିର ବେଲପଡାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଦୀନ ରଘୁ ମେହେର ଉଚ୍ଚ ବିଦ୍ୟାଳୟ ବେଲପଡାର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ଶିକ୍ଷାବିତ୍ ତ୍ରିବିକ୍ରମ ମହାକୁଡ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବା ବେଳେ ବିଦ୍ୟାଳୟର ସଭାପତି ଲକ୍ଷ୍ମଣ ମେହେର, ସଂପାଦକ ଅଧ୍ୟାପକ ମନୋଜ କୁମାର ମହାକୁଡ, କଣ୍ଟାବାଞ୍ଜି ସଂକୁଳ ପ୍ରମୁଖ ଲୋହିତ କୁମାର ଗଡତ୍ଯା, ପ୍ରଧାନ ଆଚାର୍ଯ୍ୟ ଜଗଦୀଶ ପୁଟେଲ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଧାନ ଆଚାର୍ଯ୍ୟ ଜଗଦୀଶ ପୁଟେଲ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର କୋଷାଧ୍ୟକ୍ଷ ହରିହର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରତିଷ୍ଠାତା ଆଚାର୍ଯ୍ୟ
କବି ନବକିଶୋର ବେହେରା, ପୁରାତନ ଛାତ୍ର ଯତୀନ୍ଦ୍ର ମେହେର, ଟଙ୍କଧର ପଶାୟତ, ନିରଞ୍ଜନ ବେହେରା, ଓଁକାର ମେହେର, ହରେକୃଷ୍ଣ ବାରିକ ସମେତ ଅନ୍ୟ ଉପସ୍ଥିତ ଅତିଥି ମାନେ ନିଜର ପୂର୍ବ ଅନୁଭୂତି ଅଭିବ୍ଯକ୍ତ କରିଥିଲେ । ଅନୁଷ୍ଠାନର ଆରମ୍ଭରୁ ଏଯାବତ୍ କାର୍ଯ୍ୟକର୍ତ୍ତା ତଥା ଶିକ୍ଷକ ଓ ଅନ୍ୟ କର୍ମଚାରୀ ମାନଙ୍କର ଅକ୍ଲାନ୍ତ ପରିଶ୍ରମରେ ବିଦ୍ୟାଳୟ ଆଜି ଯେଉଁ ସ୍ଥାନରେ ପହଞ୍ଚି ପାରିଛି ସେମାନଙ୍କ ଅବଦାନକୁ କେବେ ଅସ୍ଵୀକାର କରି ହେବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ ।