-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||     

HOME   ଜିଲ୍ଲା

କୁଜଙ୍ଗ ବ୍ଲକ ଶିଶୁ ଖାଦ୍ୟ ବଣ୍ଟନରେ ଅନିୟମିତତା । ମାଷ୍ଟର ମାଇଣ୍ଡ ପାଖରେ ପହଞ୍ଚିପାରୁନି ପ୍ରଶାସନ

31-Jul-2021



ଜଗତସିଂହପୁର(ନୃସିଂହ ବାରିକ) : ଜିଲ୍ଲାର କୁଜଙ୍ଗ ବ୍ଲକରେ ୩୩୫ ଟି ଅଙ୍ଗନବାଡି କେନ୍ଦ୍ର ଚାଲୁଥିବାବେଳେ ୯୫ ଟିର ନିଜସ୍ୱ ଗୃହ ନାହିଁ । ୪୮ ଟି କେନ୍ଦ୍ରର ନୂତନ ଗୃହ ନିର୍ମାଣ ପାଇଁ ୩ କୋଟି ୩୬ ଲକ୍ଷ ଟଙ୍କା ୨୦୧୮-୧୯ ଆର୍ଥିକ ବର୍ଷରେ ଅର୍ଥ ମଞ୍ଜୁର ହୋଇଥିଲା । ଆନୁସଙ୍ଗିକ ସୁବିଧା ଅଭାବରୁ ଏପର୍ଯ୍ୟନ୍ତ ମାତ୍ର ଗୋଟିଏ ଘର ସଂପୂର୍ଣ୍ଣ ହୋଇପାରିଛି । ପ୍ରତ୍ୟେକ କେନ୍ଦ୍ରର ଗୃହ ନିର୍ମାଣ ପାଇଁ ୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବ୍ଲକ ସହକାରୀ ଯନ୍ତ୍ରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ କେତୋଟି ଅଙ୍ଗନବାଡି କେନ୍ଦ୍ର କେଉଁଠି ସ୍କୁଲ ଘରେ ତ ଆଉ କେଉଁଠି ବ୍ୟକ୍ତିଗତ ଗୃହରେ ଚାଲୁଅଛି । ବିଶେଷକରି ପାରାଦ୍ବୀପର ବାଲିଝରା,ବାଉରିଆପାଳନ୍ଦା,ଅଠରବାଙ୍କି ଏବଂ ଉପକୂଳବର୍ତ୍ତୀ କେତେକ ପଞ୍ଚାୟତରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଛତୁଆ,ଅଣ୍ଡା,ସୁଜିହାଲୁଆ ଆଦି ଶିଶୁ ଖାଦ୍ୟ ନିୟମିତ ଦିଆଯାଉନାହିଁ । ଏରସମାର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପର୍କୀୟ ଗଢିଥିବା  ସ୍ବୟଂ ସହାୟକ ଗୋଷ୍ଠୀକୁ କୁଜଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ବଣ୍ଟନର ଦାୟିତ୍ୱ ପ୍ରଶାସନ ପ୍ରଦାନ କରିଛି । ମାତ୍ର ଯେଉଁ ଏସଏଚଜି ନେଇଛି ତାହା ଶିଶୁ ଖାଦ୍ୟ ପ୍ରତି ମାସରେ ବଣ୍ଟନ କରୁଛିକି ନାହିଁ ସିଡିପିଓ କିମ୍ବା ସୁପରଭାଇଜର କେବେ ତଦାରଖ କରିନଥାନ୍ତି। କରୋନା ମହାମାରୀ ସମୟରେ ୧୭ ମାସର ଲକଡାଉନ କୋଭିଡ କଟକଣା ମଧ୍ୟରେ ଏହି ବ୍ୟକ୍ତି ଜଣକ ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଭୂଆଁ ବୁଲାଇଛନ୍ତି। ସରକାରୀ ଆଲର୍ଟ ନାହିଁ ଆସିଲେ ନିଶ୍ଚୟ  ଦିଆଯିବ ବୋଲି ସେମାନଙ୍କୁ ଆଶ୍ବାସନା ଦେଇଥିବା ଜଣାପଡିଛି । ପ୍ରିସ୍କୁଲ କିଟ୍ ପାଇଁ ଦିଆଯାଇଥିବା ଅର୍ଥ କୁ ମ୍ୟାଡାମ କହିଛନ୍ତି ମୋତେ ଦିଅ କହି କେତେକ ଅଙ୍ଗନବାଡି କର୍ମୀଙ୍କଠାରୁ ନେଇଆସି ନିମ୍ନମାନର ଖେଳନା ଓ ପାଠ୍ୟ ସାମଗ୍ରୀ ସେ ଯୋଗାଇଛନ୍ତି। କେତେକ  ଅଙ୍ଗନବାଡି କେନ୍ଦ୍ର, ସ୍କୁଲ ଗୃହ ଓ ସର୍ବସାଧାରଣଙ୍କ ପାଇଖାନା ଗୃହର ନିର୍ମାଣ କାର୍ଯ୍ୟର ଠିକାଦାରୀ ସେ ପରୋକ୍ଷରେ କରି ଏବେ କୋଟିପତି ବନିଛନ୍ତି। ଯେଉଁସମୟରେ ତାଙ୍କ କଳାକାରନାମାର ପର୍ଦ୍ଦାଫାସ ହୋଇଛି କିମ୍ବା ତାଙ୍କ ସଂପର୍କୀୟଙ୍କ ସ୍ବୟଂ ସହାୟକ  ଗୋଷ୍ଠୀର ନିମ୍ନମାନର  ଛତୁଆ ଯୋଗାଣ ଅଭିଯୋଗ ଉଠିଛି ସେତେବେଳେ ଇନସପେକସନ କରିବାକୁ ଆସିଥିବା ପ୍ରଶାସନିକ ଅଧିକାରୀଙ୍କୁ ଅସାଧୁ ଉପାୟରେ କରାୟତ୍ତ କରି ତଦନ୍ତ ପ୍ରକ୍ରିୟାକୁ ସେ ବାଟବଣା କରିଥାନ୍ତି । ଏପରିକି ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିବା ବ୍ୟକ୍ତିଙ୍କୁ କାହାକୁ  ମାଡ,ହତ୍ୟା ଧମକ ଏବଂ ଆଉ କାହାକୁ ପ୍ରଲୋଭିତ କରି ସିଡିପିଓଙ୍କୁ ଏବଂ ଏସଏଚଜି ସଂସ୍ଥାକୁ ବଞ୍ଚାଇବାରେ ସଫଳ ହୋଇଛନ୍ତି । ସରକାରୀ ଅର୍ଥ ବାଟମାରଣା କରି ଏରସମାର ଏହି ବ୍ୟକ୍ତି ଜଣକ ରାହାମାରେ ଦୁଇଟି ପ୍ଲଟ,କୁଜଙ୍ଗରେ ଗୋଟିଏ ଏବଂ ଭୁବନେଶ୍ବରରେ ଗୋଟିଏ ପ୍ଲଟ କିଣି ପାରିଛନ୍ତି । ପ୍ରଶାସନିକ ଉଚ୍ଚ ପଦାଧିକାରୀ ଏବଂ ଦୁର୍ନୀତି ନିବାରଣ ବିଭାଗ ସବୁଜାଣି ମଧ୍ୟ ଏହି ଛୁପାରୁସ୍ତମ ଦୁର୍ନୀତି ଖୋର ବ୍ୟକ୍ତିଙ୍କ ନିକଟରେ ପହଞ୍ଚିନପାରିବା ଜିଲ୍ଲାର ବୁଦ୍ଧିଜୀବୀଙ୍କୁ ବିସ୍ମିତ କରିଛି । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ କୁଜଙ୍ଗ ସିଡିପିଓଙ୍କ କାର୍ଯ୍ୟାଳୟର ୫ ବର୍ଷର ରେକର୍ଡ ପତ୍ର ଯାଞ୍ଚ କରିବା ସହିତ ଏହି ବ୍ୟକ୍ତିଙ୍କର ନିଜର ଏବଂ ସମ୍ପର୍କିୟଙ୍କ ଆୟ ବହିର୍ଭୂତ ସଂପତ୍ତି ର ଅନୁସଂଧାନ କଲେ କୁଜଙ୍ଗ ବ୍ଲକ ଛତୁଆ ଦୁର୍ନୀତି ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅନିୟମିତତାର ପର୍ଦ୍ଦାଫାସ ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   28-Sep-2026
  ଜିଲ୍ଲା  
କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   28-Sep-2026
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026

You Might Also Like