-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||     

HOME   ଜିଲ୍ଲା

ଓମ୍ ଭ୍ୟାଲି ସ୍କୁଲ ଅଭିଭାବକ ତରଫରୁ ଫିସ ବୃଦ୍ଧି ପ୍ରତ୍ୟାହାର ଦାବିରେ ସାମ୍ୱାଦିକ ସମ୍ମିଳନୀ

29-Jul-2021



ଟିଟିଲାଗଡ଼ (ପ୍ରେରଣା ଖବର) : କୋଭିଡ ସଂକ୍ରମଣ ସାରା ଦେଶ ତଥା ବିଶ୍ବର ଆର୍ଥିକ ସ୍ଥିତି ଏବଂ ମେରୁଦଣ୍ଡକୁ ଦୋହଲାଇଦେଇଛି । ଧିରେ ଧିରେ ସ୍ଥିତି ସୁଧୁରିବା ବେଳେ ଘରୋଇ ତଥା ପ୍ରାଇଭେଟ୍ ସ୍କୁଲ ଫିସ ବୃଦ୍ଧି ଏବେ ଅଭିଭାବକ ମାନଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଟିଟିଲାଗଡ଼ ଓମ୍ ଭ୍ୟାଲି ସ୍କୁଲ ଉପରେ ମଧ୍ୟ ଏମିତି ଅଭିଯୋଗ ଆଣିଛନ୍ତି ଅଭିଭାବକ ସଂଘ । ଏ ନେଇ ସ୍ଥାନୀୟ ଅଫିସରସ କ୍ଲବରେ ସଂଘ ସଭାପତି  ଦେବ ଷଡଙ୍ଗୀଙ୍କ ସଭାପତିତ୍ବରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ମୁଖ୍ୟ ମୁଖପାତ୍ର  ପ୍ରମୋଦ କୁମାର ପ୍ରଧାନ, ଲିଗାଲ ଏଡଭାଇଜର ଦେବେନ୍ଦ୍ର ମିଶ୍ର, ସଂଜୀବ କୁମାର ପାଢ଼ୀ, ପ୍ରବୀଣ ଦାସ, ଉପ ସଭାପତି ଶଙ୍କର ଅଗ୍ରୱାଲ, ସଂପାଦକ ଶଙ୍ଖନାଦ ମେହେର, ସହ ସମ୍ପାଦକ କୁନ୍ଦନ ସାହୁ ଉପସ୍ଥିତ ଥିଲେ । ସରକାରୀ ନିୟମ ନ ମାନି ଅଭିଭାବକ ମାନଙ୍କ ସହ ବିନା ଆଲୋଚନାରେ ଅହେତୁକ ଫିସ ବୃଦ୍ଧି ହେଉଛି ମୁଖ୍ୟ ସମସ୍ୟା ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସଭାପତି ଦେବ ଷଡ଼ଙ୍ଗୀ । ସ୍କୁଲ ତରଫରୁ ବାରମ୍ବାର ଆଡ଼ମିଶନ ପାଇଁ ମେସେଜ ଦେଉଥିଲେ, ଫିସ ବୃଦ୍ଧି ବିଷୟରେ ଅଭିଭାବକ ମାନେ ଏକଜୁଟ ହୋଇ ସ୍କୁଲ ପରିଚାଳନା କମିଟି ସହ ଆଲୋଚନା ପାଇଁ ଚେଷ୍ଟା କଲେ କିନ୍ତୁ କିଛି ସୁଫଳ ମିଳିଲା ନାହିଁ l  ସ୍କୁଲ ଅଧକ୍ଷ ମଧ୍ୟ ନିଜ ହାତ ଟେକି ଚେୟାରମ୍ୟାନ ଙ୍କ ହାତରେ ଅଛି ବୋଲି କହିଥିଲେ ।

ସ୍କୁଲ କର୍ତ୍ତୃପକ୍ଷ ଏବଂ ମ୍ୟାନେଜମେଣ୍ଟ କଥା ନ ଶୁଣିବାରୁ ଅଭିଭାବକ ମାନେ ହାଇକୋର୍ଟର ଦ୍ବାରସ୍ଥ ହୋଇ ୧୦ ତାରିଖ ଦିନ ଏକ ରିଟ ପିଟିସନ ଫାଇଲ କଲେ, ଏହାର ଶୁଣାଣି କରି ୧୫ ତାରିଖ ଦିନ ଏକ ନିଷ୍ପତ୍ତି ଆସିଲା, ନିଷ୍ପତ୍ତି ଆସିବା ପରେ ଅନଲାଇନ କ୍ଲାସରୁ ବଞ୍ଚିତ ଥିବା ଛାତ୍ର ଛାତ୍ରୀ ମାନେ ଅନଲାଇନରେ ପାଠ ପଢ଼ିବା ସୁଯୋଗ ପାଇଲେ। ଅଭିଭାବକ ସଂଘ ମାଗଣାରେ ପାଠ ପଢ଼ାଇବାକୁ ଚାହୁଁ ନାହାନ୍ତି କିନ୍ତୁ ଫିସ ନିର୍ଧାରଣ ଜିଲ୍ଳା ପ୍ରଶାସନ, ଜିଲ୍ଲା ଶିକ୍ଷାଧିକାରି, ବ୍ଲକ ଶିକ୍ଷା ଅଧିକାରୀ ତଥା ସ୍କୁଲ ମ୍ୟାନେଜମେଣ୍ଟ ସହ ଅଭିଭାବକ ମାନଙ୍କ ସହ ବସି ଆଲୋଚନା କରି ନିୟମ କାନୁନକୁ ଆଖି ଆଗରେ ରଖି ଫିସ ନିର୍ଧାରଣ କଲେ ସମସ୍ତେ ଉପକୃତ ହେବେ ଅଭିଭାବକ ସଂଘର ମୁଖ୍ୟ ମୁଖପାତ୍ର ପ୍ରମୋଦ ପ୍ରଧାନ କହିଥିଲେ । ଓମ ଭ୍ୟାଲି ସ୍କୁଲ ତରଫରୁ ସେନିଟାଇଯେସନ ଫିସ ପ୍ରତ୍ୟାହୃତ ମଧ୍ୟ କରାଯାଇଛି । ପାଖାପାଖି ୮୦ ରୁ ଉର୍ଦ୍ଧ୍ବ ପ୍ରତିଶତ ଅଭିଭାବକ ସ୍କୁଲ ଫିସ ଦେଇ ସାରିଲେଣି, ଏପରି କ୍ଷେତ୍ରରେ ଆଗକୁ ସ୍କୁଲ ମ୍ୟାନେଜମେଣ୍ଟ କଣ ପଦକ୍ଷେପ ଗ୍ରହଣ କରିବ ଦେଖିବାକୁ ରହିଲା । ସରକାର ଯେମିତି ପୂର୍ବ ବର୍ଷର ୧୫ ପ୍ରତିଶତ ଫିସ୍ ପ୍ରତ୍ୟାହାର ନିର୍ଦେଶ ଦେଇଥିଲେ, ଚଳିତ ବର୍ଷ ମଧ୍ୟ ଯଦି କିଛି ସେହିପରି ନିର୍ଦେଶ ଯାରିକଲେ ମଧ୍ୟବିତ୍ତ ପରିବାର ବହୁ ମାତ୍ରାରେ ଉପକୃତ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ  ମତ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ ର କୋଭିଡ-୧୯ ନିୟମ ଅନୁଯାୟୀ କୌଣସି ଘରୋଇ ଅବା ଅନ୍ୟ ଶିକ୍ଷା ଅନୁଷ୍ଠାନ ରେ ଫିସ ବୃଦ୍ଧି ଅବା ଫିସ ଆଦାୟ ନେଇ ଛାତ୍ର, ଛାତ୍ରୀ ଙ୍କୁ ପାଠ ପଢା ରୁ ବଞ୍ଚିତ ନ କରିବା ନିର୍ଦ୍ଦେଶ ସତ୍ୱେ ଏପରି ମନମୂଖୀ ଭାବେ ଅନଲାଇନ ପାଠ ପଢା ରୁ ବଞ୍ଚିତ କରିବା କେତେ ଯୁକ୍ତିଯୁକ୍ତ  ? ଅପର ପକ୍ଷରେ ଜିଲ୍ଲା ଶିକ୍ଷା ବିଭାଗଙ୍କ ନିକଟରେ ଅଭିଭାବକ ବାରମ୍ବାର ଆବେଦନ ସତ୍ୱେ କୌଣସି ପ୍ରକାର ପଦକ୍ଷେପ ନ ନେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026

You Might Also Like