-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
23-Jul-2021
ବିନିକା (ହିମାଂଶୁ ଶେଖର ପୁଟେଲ) : ଅଖିଳ ଭାରତୀୟ ଜାତୀୟ ଛାତ୍ର କଂଗ୍ରେସର ସଭାପତି ନିରଜ କୁନ୍ଦନ ଓଡ଼ିଶା ପ୍ରଦେଶରେ ଛାତ୍ର କଂଗ୍ରେସ ସଂଗଠନକୁ କିପରି ମଜଭୁତ କରିବେ ସେନେଇ ସାରା ଓଡ଼ିଶା ପ୍ରଦେଶର ବିଭିନ୍ନ ଜିଲ୍ଲା ପାଇଁ ପ୍ରଭାରୀ ନିଯୁକ୍ତି କରିଛନ୍ତି l ଏପରିପେକ୍ଷିରେ ରାଜ୍ୟ ଛାତ୍ର କଂଗ୍ରେସର ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା ବିନିକା ସହରର ଗୋବିନ୍ଦା ଝାଙ୍କରଙ୍କୁ ଝାରସୁଗୁଡ଼ା ଜିଲ୍ଲାର ପ୍ରଭାରୀ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି l ସେହିପରି ବିନିକା ବ୍ଲକ ସିଲାଟି ଗ୍ରାମର ଯୁବନେତା ତଥା ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀନିବାସ ଖମାରୀଙ୍କୁ ବଲାଙ୍ଗୀର ଜିଲ୍ଲା ପ୍ରଭାରୀ ଭାବେ ଜାତୀୟ ଛାତ୍ର କଂଗ୍ରେସ ସଭାପତି ନିରଜ କୁନ୍ଦନ ନିଯୁକ୍ତି ଦେଇଥିବାରୁ ସାରା ବିନିକା ଅଞ୍ଚଳର ଯୁବପ୍ରେମି ମହଲରେ ଖୁସିର ଲହରୀ ଖେଳିଯାଇଛି l
ତେବେ ଉଭୟ ଯୁବନେତା ନିଜ କର୍ତ୍ତବ୍ୟ କୁ ନିର୍ଭୀକ ଓ ଦକ୍ଷତାର ସହ ପରିଚାଳନା କରି ଛାତ୍ର କଂଗ୍ରେସ ସଂଗଠନକୁ ମଜଭୁତ କରିବା ଦିଗରେ ପ୍ରଚେଷ୍ଟା ଜାରି ରଖିବେ ବୋଲି ଶ୍ରୀନିବାସ ଓ ଗୋବିନ୍ଦା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି l