-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
29-Oct-2020
ଅନୁଗୁଳ - ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ପଥରଗଡ଼ ଗାଁରେ ମଦ ମୃତ୍ୟୁ ଘଟଣା । ଚୋରା ମଦ ତିଆରି ଓ ବିକ୍ରି ଅଭିଯୋଗରେ ଚାରିଜଣଙ୍କୁ ଗିରଫ କଲା ପୋଲିସ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କାଳିଆ ଦେହୁରୀକୁ ଗତକାଲି ଗିରଫ କରିଥିବା ବେଳେ ଆଜି ଟୁକୁନା ଦେହୁରୀ , ଶ୍ରୀକାନ୍ତ ସାହୁ ଓ ରଞ୍ଜିତ ସାହୁକୁ ଗିରଫ କରାଯାଇଛି । ପୋଲିସ ସୂଚନା ଅନୁସାରେ କାଳିଆ ଦେହୁରୀ ଏହି ମଦ ତିଆରି କରୁଥିବା ବେଳେ ଟୁକୁନା ଦେହୁରୀ କାଳିଆକୁ ସ୍ପିରିଟ୍ ସପ୍ଲାଇ କରିଥାଏ l ସେହିପରି ରଞ୍ଜିତ ସାହୁ କାଳିଆକୁ ମହୁଲି ସପ୍ଲାଇ କରିଥାଏ l ପୋଲିସ ସୂଚନା ମୁତାବକ କାଳିଆ ଦେହୁରୀ ବେଆଇନ ଭାବେ ଏହି ମଦ ତିଆରି କରିବା ନେଇ ଉଭୟ ଜାଣି ମଧ୍ଯ ତାକୁ କଞ୍ଚାମାଲ ଯୋଗାଉ ଥିଲେ । କାଳିଆ ଦେହୁରୀ ଶ୍ରୀକାନ୍ତ ସାହୁ ଜରିଆରେ ଏହି ବେଆଇନ୍ ମଦ ଅନ୍ୟତ୍ର ବିକ୍ରି କରିଥାଏ l ଏହି ତିନି ଜଣ କାଳିଆ ଦେହୁରୀ କେଶ୍ ସହ ଜଡିତ ଥିବା ବେଳେ ପୋଲିସ ସମସ୍ତଙ୍କୁ ଗିରଫ କରିଛି ବୋଲି ପୋଲିସ ସୁଚନା ଦେଇଛି ।