-+91-9937148622 |

prerana_bgr@rediffmail.com |

  Tuesday 6th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||      ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||      ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   (05-Oct-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   (05-Oct-2026)       ||      ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||     

HOME   ଜିଲ୍ଲା

ପୁଣି ଚର୍ଚ୍ଚାରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗ : ଜିଲ୍ଲା ଶିକ୍ଷାଧିଶଙ୍କ ମେରିମର୍ଜି ଶାସନ

23-Jul-2021



ବଲାଙ୍ଗୀର(ପ୍ରେରଣା ଖବର ବ୍ୟୁରୋ) : ଇତି ମଧ୍ୟରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଙ୍କ ପତ୍ର ସଂଖ୍ୟା ୧୫୯୧୩/୧୧.୬.୨୦୨୧ ଅନୁଯାୟୀ ଜିଲ୍ଲାରେ କାର୍ଯ୍ୟରତ ସରକାରୀ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/  ପ୍ରଧାନ ଶିକ୍ଷୟତ୍ରୀ ଏବଂ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ବିଭିନ୍ନ ସ୍କୁଲ କୁ ବଦଳି ପାଇଁ ସରକାରୀ ପୋର୍ଟାଲ ରେ  ୨୨.୬.୨୦୨୧ ରୁ ୧୫.୭.୨୦୨୧ ପର୍ଯ୍ୟନ୍ତ  ଆବେଦନ କରିପାରିବେ । ଶିକ୍ଷା ବିଭାଗ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ସୁବିଧା ନିମନ୍ତେ ସଦା ସର୍ବଦା ତପ୍ତର । ସରକାରୀ ସ୍କୁଲ ରେ ଉଚ୍ଚ ମାନର ଶିକ୍ଷ୍ୟା ପ୍ରଦାନ ନିମନ୍ତେ ସରକାରୀ ତହବିଲ ରୁ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଆସୁଛି । ହେଲେ ଜିଲ୍ଲା ଶିକ୍ଷାଧିଶ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ଅଭାବରୁ ସେତେଟା ଫଳପ୍ରଦ ହେଉ ନ ଥିବା ପରିଲକ୍ଷିତ ହୁଏ । 
   ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଙ୍କ ବିଜ୍ଞପ୍ତି ପରେ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ନିଜ ନିଜ ସୁବିଧା ସ୍କୁଲ ମାନଙ୍କୁ ଯିବା ପାଇଁ ପୋର୍ଟାଲ ରେ ଆବେଦନ ମଧ୍ୟ କରିଛନ୍ତି । କିନ୍ତୁ ଦୁଇଜଣ ଶିକ୍ଷକ ଙ୍କୁ ବଲାଙ୍ଗୀର ଡି ଇ ଓ ଧ୍ରୁବ ଚରଣ ବେହେରା କାହିକି ଅଫ ଲାଇନ୍ ରେ ତାଙ୍କ ଆବେଦନ କୁ ତରବରିଆ ଭାବେ ଦାଖଲ ଅବଧି ପୂର୍ବରୁ ଅର୍ଥାତ୍ ୨୮.୬.୨୦୨୧ ରେ ପତ୍ର ସଂଖ୍ୟା ୪୭୧୩ ଏବଂ୪୭୧୫ ଡି ଏସ ଇ (ଓ) ଭୁବନେଶ୍ୱର କୁ ଲେବଡା ହାଇସ୍କୁଲ ର ଶିକ୍ଷକ କେ.ସି. ପଣ୍ଡା ଏବଂ ଲୁହାସିଂହା ହାଇସ୍କୁଲ ର ଶିକ୍ଷକ ଅଶ୍ଵିନୀ ଷଡ଼ଙ୍ଗୀ ଙ୍କ ଅଫ ଲାଇନ୍ ଆବେଦନ କୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କୁ ପଠାଇଛନ୍ତି । ଏହି ବିଷୟ କୁ ନେଇ ବଲାଙ୍ଗୀର ଜିଲ୍ଲା ଶିକ୍ଷାଧିଶ ଙ୍କ କାର୍ଯ୍ୟାଳୟରେ ନୂତନ ସରକାରୀ ବିଦ୍ୟାଳୟ ଦାୟିତ୍ଵ ରେ ଥିବା କଲ୍ୟାଣ ଉଦ୍ଗାତା ଙ୍କୁ ପଚାରିଥିବା ବେଳେ ସେ ଏ ବିଷୟରେ ଜାଣି ନ ଥିବା କହିଥିଲେ । ଚର୍ଚ୍ଚା ହୁଏ ଡି ଇ ଓ ଅଫିସ ର ଜଣେ କରିତକର୍ମା କିରାଣୀ ଏ ସମସ୍ତ ବିଷୟ କରିବାରେ ପାରଙ୍ଗମ । ଦୀର୍ଘ ବର୍ଷ ରୁ ଅଶ୍ଵିନୀ ଷଡ଼ଙ୍ଗୀ ବଲାଙ୍ଗୀର ଡି ଇ ଓ ଅଫିସ ରେ କିରାଣୀ କାମ କରି ଆସୁଥିବା ବେଳେ ତାଙ୍କ ପ୍ରତି ଡି ଇ ଓ ଅହେତୁକ ଅନୁକମ୍ପା ଦେଖାଉଥିବା ଚର୍ଚ୍ଚା ହେଉଛି । ପୂର୍ବତନ ଡି ଇ ଓ କାର୍ତିକେଶ୍ୱର୍ ଲେଙ୍କା ଅଫ ଲାଇନ୍ ବଦଳି କରି ହରଡ଼ଘଣାରେ ପଡ଼ିଥିବା ବେଳେ କେଉଁ ସ୍ୱାର୍ଥରେ ଡି ଇ ଓ ପୁନରାବୃତ୍ତି କରିଛନ୍ତି । ଶିକ୍ଷା ବିଭାଗ ଅଫ ଲାଇନ୍ ବଦଳି ପାଇଁ ମନା କରୁଥିବା ବେଳେ ଅଶ୍ଵିନୀ ଷଡ଼ଙ୍ଗୀ ଏବଂ କେ.ସି.ପଣ୍ଡା ଙ୍କ ଆବେଦନ କୁ ଅଫ ଲାଇନ୍ ରେ ପଠାଯାଇଥିବା ତଦନ୍ତ ସାପେଖ୍ୟ । ଇତି ମଧ୍ୟରେ ସରକାର ସ୍କୁଲ ଛାତ୍ର/ଛାତ୍ରୀ ମାନଙ୍କ ପାଇଁ ୟୁ ଟ୍ୟୁବ୍ କ୍ଲାସ କାର୍ଯକ୍ରମ ଚଳାଇଥିବା ବେଳେ ଅଶ୍ଵିନୀ ଷଡ଼ଙ୍ଗୀ ଏବଂ ଅନିଲ ନନ୍ଦ ଙ୍କୁ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିଶ ସାମିଲ କରିଛନ୍ତି । ତେବେ ଏହି କ୍ଲାସ ସମୟରେ ଶିକ୍ଷକ ମାନେ ନିଜ ସ୍କୁଲ ରେ ରହି ଘରେ ବସି ୟୁ ଟ୍ୟୁବ୍ କ୍ଲାସ କରୁଥିବା ଛାତ୍ର/ଛାତ୍ରୀ ମାନଙ୍କୁ ଗାଇଡ କରିବା ପରିବର୍ତ୍ତେ କେଉଁ କାରଣରୁ ଏହି ଦୁଇ ଜଣ ଶିକ୍ଷକ ଙ୍କୁ ଏହିଠାରେ ଅବସ୍ଥାପିତ କରାଯାଇଛି । ଏମାନେ ନିଜ ପ୍ରକୃତ କାର୍ଯ ରୁ ଦୂରେଇ ରହି କିରାଣୀ କାମ କରିବା ଯଥାର୍ଥ କୀ ବୋଲି ଚର୍ଚ୍ଚା ହୁଏ ।ତେବେ ଏହି ଦୁଇ ଜଣ କିରାଣୀ ଡି ଇ ଓ ଙ୍କ ଅତି ପ୍ରିୟ କି ? ଡି ଇ ଓ ନିଜକୁ ଅତି ଚତୁର ମନେ କରୁଛନ୍ତି । ଚର୍ଚ୍ଚା ହୁଏ କୁଆଡେ ଡି ଇ ଓ ବଲାଙ୍ଗୀର ସହରର ଏକ ସ୍କୁଲ ରେ ଥିବା ବେଳେ ଅନେକ ହଟହଟା ହୋଇଥିଲେ ।ଏବେ ମଧ୍ୟ ତାଙ୍କ ବ୍ୟବହାର ପରିବର୍ତନ କରୁନାହାନ୍ତି । ତାଙ୍କ କାର୍ଯ୍ୟାଳୟକୁ ସାକ୍ଷାତ୍ କରିବାକୁ ଯାଉଥିବା ବ୍ୟକ୍ତି ବିଶେଷ ଙ୍କୁ ଉଚିତ୍ ବ୍ୟବହାର ଦେଉ ନ ଥିବା ଚର୍ଚ୍ଚା ହୁଏ । ଏଣୁ ଜିଲ୍ଲାପାଳ ଶିକ୍ଷକ ବଦଳି ପ୍ରତି ଦୃଷ୍ଟି ଦେଲେ ଶିକ୍ଷ୍ୟା ବିଭାଗରେ ଚାଲିଥିବା ମେରୀମର୍ଜି ଶାସନ ଦମନ ହେବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ   05-Oct-2026
  ରାଜ୍ୟ  
ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   05-Oct-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   05-Oct-2026
  ରାଜ୍ୟ  
ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ   05-Oct-2026
  ଜିଲ୍ଲା  
କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   05-Oct-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   05-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   05-Oct-2026
  ଜିଲ୍ଲା  
ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   05-Oct-2026
  ଜିଲ୍ଲା  
ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   05-Oct-2026
  ଜିଲ୍ଲା  
ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ   05-Oct-2026
  ଜିଲ୍ଲା  
ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   05-Oct-2026
  ଜିଲ୍ଲା  
ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   05-Oct-2026

You Might Also Like