-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
23-Jul-2021
ବିନିକା (ହିମାଂଶୁ ଶେଖର ପୁଟେଲ) : ଆଜି ଅପରାହ୍ନ ପ୍ରାୟ ସାଢେ ୩ଘଣ୍ଟା ସମୟରେ ବିନିକା-ରାମପୁର ମୁଖ୍ୟରସ୍ତା ଜାମପାଲି ରାଇସ ମିଳ ସମ୍ଭୁଖ ରାସ୍ତାରେ ଗାଈ ଗହଡୁ ଥିବାବେଳେ ଏକ ଅଜଣା ବାଇକ ଧକ୍କାରେ ୨ଜଣ ଆହତ ହୋଇ ତଳେ ପଡି ଯାଇଥିଲେ l ବାଇକ ଆରୋହୀ ସେଠାରୁ ଫେରାର ହୋଇ ଯାଇଥିଲା l ଏତିକି ବେଳେ ସେହି ରାସ୍ତାରେ ଯାଉଥିବା ବିନିକା ଥାନା ଅଧିକାରୀ ପବିତ୍ର ସାହୁ ଓ ସାମ୍ବାଦିକ ଅଶୋକ କୁମାର ପଣ୍ଡା ଆହତ ବ୍ୟକ୍ତିଦ୍ୱୟଙ୍କୁ ଥାନା ଗାଡ଼ିରେ ବିନିକା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣି ଭର୍ତି କରିଛନ୍ତି l ଆହତ ବ୍ୟକ୍ତିଦ୍ଵୟ ହେଲେ ବଳରାମ ବଢେଇ(୩୦) ଓ ଧର୍ମ ଭୁଏ(୫୫) ବୋଲି ଜଣା ପଡିଛି l