-+91-9937148622 |

prerana_bgr@rediffmail.com |

  Tuesday 6th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଦଳି ପରେ ବି ପୁରୁଣା ଅଫିସର ବିଲ୍‌ରେ ଦସ୍ତଖତ!କଟକ ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗ, ବ୍ୟାକ୍‌ ଡେଟ୍‌ରେ ବିଲ୍‌ ପାସ୍‌ କରି ‘ପିସି’ ଆଦାୟ ନେଇ ଚର୍ଚ୍ଚା   (06-Oct-2026)       ||      ହାଇଦ୍ରାବାଦ୍ ରେ ଓସାକା ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ   (06-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ   (06-Oct-2026)       ||      ୫୦.ବର୍ଷ ପରେ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଲୋକମାନେ ପାଇଲେ ସିଲିଂ ଜମିର ପଟ୍ଟା   (06-Oct-2026)       ||      ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଏସବିଆଇ.ପକ୍ଷରୁ ସିଦ୍ଧାର୍ଥ ଜୁନିଅର କଲେଜରେ ଆର୍ଥିକ ସାକ୍ଷରତା ଶିବିର   (06-Oct-2026)       ||      ଭିକ୍ଷାବୃତ୍ତି କରୁଥିବା ୧୦ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (06-Oct-2026)       ||      *ଝରୀଗାଁରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରୋଗିଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ*   (06-Oct-2026)       ||      ଭରସୂଜା ପଞ୍ଚାୟତ ରେ ଜନ ଶୁଣାଣି ଶିବିର   (06-Oct-2026)       ||      ୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   (06-Oct-2026)       ||      ସେବା ସେତୁ କାର୍ଯ୍ୟକ୍ରମ   (06-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||     

HOME   ଜିଲ୍ଲା

ଫୋନ ଟେପିଙ୍ଗ ଘଟଣାରେ ଜଏଣ୍ଟ ପାଲ୍ୟାମେଣ୍ଟରୀ କମିଟି ତଦନ୍ତ ଦାବି କଲେ ନରସିଂହ

22-Jul-2021



ବଲାଙ୍ଗିର,(ପ୍ରେରଣା ଖବର) : ପେଗାସସ ଗୁଇନ୍ଦାଗିରି ଘଟଣା ସାମନାକୁ ଆସିବା ପରେ ବର୍ତ୍ତମାନ ସାରା ଦେଶରେ ଚହଳ ପଡିଯାଇଛି । ଉକ୍ତ ଘଟଣାରେ ମୋଦୀ ନେତୃତ୍ୱାଧିନ କେନ୍ଦ୍ର ସରକାର ତାଙ୍କର ବିରୋଧି ଗୋଷ୍ଠିର ରାଜନେତା, ଗଣମାଧ୍ୟମର ପ୍ରତିଷ୍ଠିତ ପ୍ରତିନିଧି ଏପରିକି ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କ ଫୋଟ ଟେପିଂ କରି ପରବର୍ତ୍ତି ସମୟରେ ନିଜର ସ୍ୱାର୍ଥ ପାଇଁ ସେସବୁ ବ୍ୟବହାର କରିଛି । କେନ୍ଦ୍ର ସରକାର ଜାଣିବା ଦରକାର ଏପରି କରିବା ସମ୍ବିଧାନ ବିରୋଧିô । ଏଥିରେ ବ୍ୟକ୍ତିର ମୌଳିକ ଅଧିକାରର କ୍ଷୁର୍ଣ୍ଣ ହେଉଛି । ଜନସାଧାରଣ ତଥା ନିଜ ରାଜନୈତିକ ବିରୋଧିଙ୍କ ଫୋନ ଟେପିଂ କରିବା କେନ୍ଦ୍ର ସରକାରର ଏକଛତ୍ର ମନୋଭାବ ର ସ୍ପଷ୍ଟ ପ୍ରମାଣ ମିଳୁଛି । ଏଭଳି ପରିସ୍ଥିତିରେ ଦେଶର ଜାତୀୟ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ଏହି ଘଟଣା ପାଇଁ  କେନ୍ଦ୍ର ସରକାରର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ସାହା ନିଜେ ଦୋଷ ସ୍ୱିକାର କରି ନିଜ ପଦବୀରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦାବି କରିଛନ୍ତି । ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଏହି ଘଟଣାକୁ ରାଜ୍ୟ କଂଗ୍ରେସ ତଥା ବଲାଙ୍ଗିର ଜିଲ୍ଲା କଂଗ୍ରେସ ତରଫରୁ ଦୃଢ ନିନ୍ଦା କରିବା ସହ ଆଗାମୀ ଦିନରେ ଦଳ କେନ୍ଦ୍ର ସରକାର ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ପ୍ରକାଶ କରିଛନ୍ତି । ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ଏହି ଗୋଇନ୍ଦାଗିରି ଘଟଣା ଏକ ନିରପେକ୍ଷ ତଦନ୍ତ ଯଥା ସର୍ବୋଚ୍ଚ ନ୍ୟାୟାଳୟର ଏକ କାର୍ଯ୍ୟରତ ବିଚାରପତି କିମ୍ବା ଜଏଣ୍ଟ ପାଲ୍ୟାମେଣ୍ଟରୀ କମିଟି ଦ୍ୱାରା ଏହାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିଛନ୍ତି ଶ୍ରୀ ମିଶ୍ର । ତା ସହ ରାଜନୈତିକ ବିରୋଧିଙ୍କୁ ପ୍ରଧାନମନ୍ତ୍ରୀ ଭୟ ନ କରି ପାଲ୍ୟାମେଣ୍ଟରେ ଏହା ଉପରେ ବିବୃତ୍ତି ରଖନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ଦାବି କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ର ବର୍ତ୍ତମାନ ଧାନ କିଣାକୁ ନେଇ ଉଭୟ କେନ୍ଦ୍ରରେ ସରକାର କରିଥିବା ବିଜେପି ଓ ରାଜ୍ୟରେ ସରକାର ଗଢିଥିବା ବିଜେଡି କୁମ୍ଭିରକାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି । ଉଭୟ ଦଳ ମୁଦ୍ରାର ଦୁଇ ପାଶ୍ୱର୍ ଭଳି ପରସ୍ପର ପରିପୁରକ । ଏହା ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥିତ୍ୱକୁ ବିଜେଡି ସମର୍ଥନ କରି ପ୍ରମାଣ କରିସାରିଛି । କଂଗ୍ରେସ ଦଳ ଏବଂ ସେ ନିଜେ ବହୁ ପୂର୍ବରୁ ଏଫ୍‌ସିଆଇ ଧାନ କିଣୁ ବୋଲି ଦାବି କରି ଆସୁଛନ୍ତି । ଏପରିକି ମାନ୍ୟବର ଉଚ୍ଚତର ନ୍ୟାୟାଳୟ ବଲାଙ୍ଗିର ଜିଲ୍ଲାରେ ଏଫ୍‌ସିଆଇ ଧାନ କିଣୁ ବୋଲି ନିର୍ଦ୍ଦେଶ ଦେଇଥିଲେ ଏବଂ କିଛି ବର୍ଷ ଏଫ୍‌ସିଆ ଏହି ଜିଲ୍ଲାରୁ ଧାନ ମଧ୍ୟ କିଣୁଥିଲା କିନ୍ତୁ ଦୁଃଖର ବିଷୟ ରାଜ୍ୟ ସରକାର ଖୋଦ୍ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବାରମ୍ବାର ଅବମାନନା କରି ଆସୁଛନ୍ତି । କେନ୍ଦ୍ର ସରକାର ଏଫ୍‌ସିଆଇକୁ ସିଧା ସିଧା ନିର୍ଦ୍ଦେଶ ଦେଇ ଚାଷୀଙ୍କ ଧାନ କିଣିପାରିବେ । କିନ୍ତୁ କେନ୍ଦ୍ର ସରକାର ସେପରି କରୁନାହାନ୍ତି । ଏପଟେ ରାଜ୍ୟସରକାର ଧାନ ନ କିଣିଲେ କେନ୍ଦ୍ର ସରକାର ଏଫ୍‌ସିଆଇ ମାଧ୍ୟମରେ କିଣିବା ପାଇଁ ବାଧ୍ୟ ହେବେ । କିନ୍ତୁ ଦୁର୍ନିତିକୁ ପ୍ରଶ୍ରୟ ଦେବା ପାଇଁ ଉଭୟେ ସରକାର ସେପରି କିଛି ନ କରି ପରସ୍ପରକୁ ଦୋଷ ଦେଇ ଚାଷୀଙ୍କ ପାଇଁ କୁମ୍ଭିର କାନ୍ଦଣା କାନ୍ଦୁଛନ୍ତି । ତେଣୁ ଆମେ ଦାବି କରୁଛୁ ଯେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ହିସାବରେ ଚାଷୀଙ୍କ ସମସ୍ତ ଧାନକୁ ସର୍ବନିମ୍ନ ମୁଲ୍ୟରେ ଏଫ୍‌ସିଆଇ ମାଧ୍ୟମରେ ଧାନ କିଣାଯାଉ । ଆହୁରି ମଧ୍ୟ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲର ଦାମ ଅହେତୁକ ବୃଦ୍ଧି ଯୋଗୁଁ ସାଧାରଣ ଜନତା କରୋନା ମହାମାରୀ ସମୟରେ ବହୁତ ହଇରାଣ ହେଉଛନ୍ତି । ତେଣୁ  କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଟିକସ ହ୍ରାସ କଲେ ଦେଶର ଖାଉଟି ପଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସକୁ ବର୍ତ୍ତମାନର ଦରଠାରୁ ଅଧା ଦରରେ ପାଇପାରିବେ । ତେଣୁ ଆମର ସ୍ପଷ୍ଟ ଦାବି କେନ୍ଦ୍ର ସରକାର ପଟ୍ରୋଲ ଡିଜେଲ ଉପରୁ ଟିକସ ହ୍ରାସ କରନ୍ତୁ । ଆଜି ଉପସ୍ଥିତ ଥିବା ଗଣମାଧ୍ୟମର ପ୍ରତିନିଧିମାନେ ଜିଲ୍ଲା ଭିତରେ ବିଭିନ୍ନ ଯୋଜନାରେ ହୋଇଥିବା ପ୍ରୀୟାପ୍ରିତି ତୋଷଣ ଓ ଦୁର୍ନିତି ଉପରେ ମଧ୍ୟ ପ୍ରଶ୍ନ ପଚାରିଥିଲେ । ଉତ୍ତରରେ ଶ୍ରୀ ମିଶ୍ର କହିଥିଲେ ଦୁର୍ନିତିର ମୁଳତ୍ପାଟନ କରିବାକୁ ହେଲେ ସମସ୍ତଙ୍କ ସାମୁହିକ ଉଦ୍ୟମ ଦରକାର । ଗଣମାଧ୍ୟମ ମଧ୍ୟ ଏ ଦିଗରେ ସଜାଗ ହୋଇ ଖବର ପରିବେଷଣ କରିବା ଦରକାର । ତାହା ହେଲେ ଦୁର୍ନିତି କରୁଥିବା ବ୍ୟକ୍ତି ଏ ସବୁ କରିବା ପାଇଁ ଭୟ କରିବ ବୋଲି ସେ କହିଥିଲେ । ସମ୍ପୁର୍ଣ୍ଣ କୋଭିଡ୍ କଟକଣାରେ ଅନୁଷ୍ଠିତ ହୋଇଥିବା ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ରଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା ଏବଂ ମହିଳା କଂଗ୍ରେସ ସଭାନେତ୍ରୀ ମିଳନୀ ସାହୁ ମଂଚାସୀନ ଥିଲେ ।


News Comment




Photo in News

Advertisment
Lastest News
ବଦଳି ପରେ ବି ପୁରୁଣା ଅଫିସର ବିଲ୍‌ରେ ଦସ୍ତଖତ!କଟକ ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗ, ବ୍ୟାକ୍‌ ଡେଟ୍‌ରେ ବିଲ୍‌ ପାସ୍‌ କରି ‘ପିସି’ ଆଦାୟ ନେଇ ଚର୍ଚ୍ଚା   06-Oct-2026
  ରାଜ୍ୟ  
ହାଇଦ୍ରାବାଦ୍ ରେ ଓସାକା ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ   06-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ   06-Oct-2026
  ଜିଲ୍ଲା  
୫୦.ବର୍ଷ ପରେ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଲୋକମାନେ ପାଇଲେ ସିଲିଂ ଜମିର ପଟ୍ଟା   06-Oct-2026
  ଜିଲ୍ଲା  
ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଏସବିଆଇ.ପକ୍ଷରୁ ସିଦ୍ଧାର୍ଥ ଜୁନିଅର କଲେଜରେ ଆର୍ଥିକ ସାକ୍ଷରତା ଶିବିର   06-Oct-2026
  ଜିଲ୍ଲା  
ଭିକ୍ଷାବୃତ୍ତି କରୁଥିବା ୧୦ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   06-Oct-2026
  ଜିଲ୍ଲା  
*ଝରୀଗାଁରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରୋଗିଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ*   06-Oct-2026
  ଜିଲ୍ଲା  
ଭରସୂଜା ପଞ୍ଚାୟତ ରେ ଜନ ଶୁଣାଣି ଶିବିର   06-Oct-2026
  ଜିଲ୍ଲା  
୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   06-Oct-2026
  ଜିଲ୍ଲା  
ସେବା ସେତୁ କାର୍ଯ୍ୟକ୍ରମ   06-Oct-2026
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   06-Oct-2026
  ଜିଲ୍ଲା  
ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   06-Oct-2026

You Might Also Like