-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
21-Jul-2021
ଗଞ୍ଜାମ, କୋଦଳା(ଉମା ମହାରଣା) ବାରମ୍ବାର ବିଦ୍ୟୁତ ଦର ବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ କୁ ନେଇ ଶେଷରେ କୋଦଳା ସ୍ଥିତ ବିଦ୍ୟୁତ ଅଫିସକୁ ବିଜେପି ପକ୍ଷରୁ ଘେରାଉ କରି ଦାବିପତ୍ର ଦାଖଲ କରାଯାଇଛି। ସାଉଥକୋ ବିତରଣ ସଂସ୍ଥା ଠୁ ଟାଟା ପାୱାର ଟେଣ୍ଡର ଆହ୍ୱାନ କରିବା ପରେ ରାଜ୍ୟ ସରକାରଙ୍କ ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ପୂର୍ଵ ଭଳି ବିଦ୍ୟୁତ କାଟ ହେବ ନାହିଁ, ଟାଟା କମ୍ପାନୀ ନେବାପରେ ସମସ୍ତ ସୁବିଧା ମଧ୍ୟ ମିଳିପାରିବ, କିନ୍ତୁ ତାହା ଓଲଟା ଦେଖିବାକୁ ମିଳୁଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏତତ ବ୍ୟତୀତ ସ୍ୱଳ୍ପ ବର୍ଷା କିମ୍ବା ପବନ ହୋଇଗଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟୁତ ସରାବରାହ ବନ୍ଦ ରହୁଛି। ଏ ସବୁ ର କିପରି ଶୀଘ୍ର ସମାଧନ ହେବ ଏ ଉପରେ ଦୃଷ୍ଟି ଦେବାକୁ ଦାବିପତ୍ର ଦିଅଯାଇଛି। ଏଥିରେ କବିସୂର୍ଯ୍ୟନଗର ବିଧାୟକ ପ୍ରାଥୀ ରଞ୍ଜନ ପଲେଇ ଙ୍କ ନେତୃତ୍ୱ ରେ କୋଦଳା ନଗର ବିଜେପି ସଭାପତି ମଧୁସୂଦନ ଜେନା ଓ ଅନ୍ୟ ବିଜେପି କର୍ମୀମାନେ ପ୍ରମୁଖ ଯୋଗଦାନ କରିଥିଲେ।