-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
29-Oct-2020
ଦେଓଗାଁ (ପ୍ରେରଣା ଖବର) - ଦେଓଗାଁ ବ୍ଲକ ଜରାସିଂହା ପଂଚାୟତ ଡାକୁଆପଡା ଠାରେ ଓଭରଟେଙ୍କ ପାଣି ଲାଗି ସର୍ଭେ ହୋଇଥିଲା l କିନ୍ତୁ ବହୁଦିନ ବିତି ଗଲାଣି ହେଲେ ପ୍ରଶାସନ ଓଭର ଟେଙ୍କ ପାଣିର ସୁବିଧା କରୁଛି ନା ଏହାର କିଛି ସମାଧାନ ଖୋଜିଛି l ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ଡାକୁଆପଡା ବାସିନ୍ଦା l ଏଥିପାଇଁ ଅନେକ ଥର ବିଡ଼ିଓ, ଆରଡବ୍ଲୁ ଏସଏସ ଜେଇ ଓ ଠିକାଦାର ଙ୍କୁ ଡାକୁଆପଡା ବାସିନ୍ଦା ଅଭିଯୋଗ କଲେନି ହେଲେ ପ୍ରଶାସନ ର ଦୃଷ୍ଟି ପଡୁନାହିଁ l ପାଣି ସର୍ଭେ ର ପଇସାକୁ ଆତ୍ମସାତ କରାଯାଇଛି ନା ସରକାର କରିବା ପାଇଁ ଚାହୁଁ ନାହିଁ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଅନ୍ୟ ଗାଁ ଗୁଡ଼ିକରେ ଓଭର ହେଡ୍ ଟ୍ୟାଙ୍କ ନିର୍ମାଣ ହୋଇସାରିଥିବା ବେଳେ ଏଠାରେ ତାର ବ୍ୟତିକ୍ରମ ଦେଖାଯାଇଛି ତୁରନ୍ତ ସମାଧାନ ଲାଗି ଆର ଡବ୍ଲୁ ଏସ ଏସ ଜେଇଙ୍କ ଜରିଆରେ ମା ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଚନ୍ଦ୍ରପୁର ଡାକୁଆପଡା ଓ ପଡ଼ବାସୀ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି