-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଦେଶ ବିଦେଶ

ଚକ୍ରବୃଦ୍ଧି ସୁଧ ଛାଡ଼- ନଭେମ୍ବର ୫ ସୁଦ୍ଧା ଗ୍ରାହକକୁ ମିଳିବ ଟଙ୍କା

28-Oct-2020



କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ନଭେମ୍ବର ୫ ସୁଦ୍ଧା ମୋରାଟୋରିଅମ୍‌ ସୁବିଧା ଦିଆଯାଇଥିବା ଛଅ ମାସର ଚକ୍ରବୃଦ୍ଧି ସୁଧ ବା ସୁଧ ଉପର ସୁଧ ଛାଡ଼ ସ୍କିମ୍‌କୁ ଲାଗୁ କରିବାକୁ ଦେଶର ସମସ୍ତ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛନ୍ତି । ବ୍ୟାଙ୍କ ଓ ଅଣ-ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା ଯେଉଁମାନେ ଋଣ ପ୍ରଦାନ କ୍ଷେତ୍ରରେ ସକ୍ରିୟ ଅଛନ୍ତି ସେମାନେ ସମସ୍ତେ ଏହି ସ୍କିମ୍ ଲାଗୁ କରିବେ!!ଦୁଇ କୋଟି ଟଙ୍କାରୁ କମ୍ ମୂଲ୍ୟର ଋଣ ଉପରେ ଚକ୍ରବୃଦ୍ଧି ସୁଧ ଛାଡ଼ କରିବାକୁ ସୁପ୍ରିମ୍‌ କୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିଛନ୍ତି। ଏହି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମଧ୍ୟ ମିଳିଛି । ନଭେମ୍ବର ୫ ସୁଦ୍ଧା ଯୋଗ୍ୟ ଗ୍ରାହକମାନଙ୍କ ଖାତାରେ ଚକ୍ରବୃଦ୍ଧି ସୁଧ ଛାଡ଼ ବାବଦ ଟଙ୍କା ଜମା କରିବା ପ୍ରକ୍ରିୟା ଶେଷ କରିବାକୁ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ରିଜର୍ଭ ବ୍ୟାଙ୍କ କହିଛି । ଏହି ସ୍କିମ୍‌ ଅଧୀନରେ ଗୃହ, ଶିକ୍ଷା, ଗାଡ଼ି, ଏମ୍ଏସ୍‌ଏମ୍ଇ, କଞ୍ଜ୍ୟୁମର ଡ୍ୟୁରେବଲ୍ ଓ କଞ୍ଜପ୍‌ସନ୍ ଋଣ ଓ କ୍ରେଡିଟ୍ କାର୍ଡ ଦେୟକୁ ସାମିଲ କରାଯାଇଛି । ୨୦୨୦ ମାର୍ଚ୍ଚ ୧ରୁ ଅଗଷ୍ଟ ୩୧ ମଧ୍ୟରେ ‌ଯୋଗ୍ୟ ଗ୍ରାହକଙ୍କ ଖାତାରେ ସାଧାରଣ ସୁଧ ଓ ଚକ୍ରବୃଦ୍ଧି ସୁଧ ମଧ୍ୟରେ ରହିଥିବା ଅନ୍ତର ବାବଦ ରାଶିକୁ ଜମା କରିବା ଲାଗି ଆର୍ଥିକ ସଂସ୍ଥାଗୁଡ଼ିକୁ କୁହାଯାଇଛି! ଚକ୍ରବୃଦ୍ଧି ସୁଧ ଛ‌ାଡ଼ ସ୍କିମ୍ ତୁରନ୍ତ ଲାଗୁ କରିବାକୁ ଗତ ଅକ୍ଟୋବର ୧୪ରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଥିଲେ । ଏହି ସ୍କିମ୍‌କୁ କିଭଳି ଲାଗୁ କରାଯିବ ତାହାର ମାର୍ଗଦର୍ଶିକାକୁ ଅକ୍ଟୋବର ୨୩ରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି । ସ୍କିମ୍ ଅନୁସାରେ ଗ୍ରାହକମାନେ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ମୋରାଟୋରିଅମ୍‌ର ସୁବିଧା ନେଇଥିଲେ ମଧ୍ୟ ସେମାନଙ୍କ ଖାତାରେ ସୁଧ ଛାଡ଼ ବାବଦ ଟଙ୍କା ଜମା କରାଯିବ । ଯେଉଁମ‌ାନେ ମୋରାଟୋରିଅମ୍ ସୁବିଧା ଗ୍ରହଣ କରିନାହାନ୍ତି ସେମାନଙ୍କ ଖାତାରେ ମଧ୍ୟ ସୁଧ ଛାଡ଼ ଟଙ୍କା ଜମା କରାଯିବ । ଆର୍ଥିକ ସଂସ୍ଥାଗୁଡ଼ିକ ଗ୍ରାହକଙ୍କ ଖାତାରେ ଟଙ୍କା ଜମା କରିବା ପରେ କେନ୍ଦ୍ର ସରକାରଙ୍କ ଠାରୁ ସେହି ଟଙ୍କା ପାଇବା ଲାଗି ଦାବି ଉପସ୍ଥାପନ କରିବେ!! 

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୨୦ ମାର୍ଚ୍ଚ ୧ଠାରୁ ମୋରାଟୋରିଅମ୍ ସୁବିଧା ଘୋଷଣା କରାଯାଇଥିଲା । ଏହା ଇଚ୍ଛାଧୀନ ଥିଲା । କିଛି ଗ୍ରାହକ ଏହି ସୁବିଧା ଗ୍ରହଣ କରିଥିବା ବେଳେ ଅନ୍ୟମାନେ ସ୍ବାଭାବିକ ଭାବେ କିସ୍ତି ଶୁଝିବା ଜାରି ରଖିଥିଲେ । ଦୁଇଟି ପର୍ଯ୍ୟାୟରେ ଛଅ ମାସ ପାଇଁ ଗତ ଅଗଷ୍ଟ ୩୧ ପର୍ଯ୍ୟନ୍ତ ମୋରାଟୋରିଅମ୍ ସୁବିଧା ଦିଆଯାଇଥିଲା । କିନ୍ତୁ ଏହି ସମୟର ଚକ୍ରବୃଦ୍ଧି ସୁଧ ଆଦାୟ କରାଯିବ ବୋଲି ଘୋଷଣା କରାଯିବା ପରେ ତାହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଥିଲା । କେତେକ ଗ୍ରାହକ ଓ ଶିଳ୍ପ ସଂଘ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ । ମାମଲାର ଶୁଣାଣି କରି ଗ୍ରାହକଙ୍କୁ ସୁବିଧା ଦେବା ଲାଗି କୋର୍ଟ କହିଥିଲେ। କୋର୍ଟଙ୍କ ଚାପ ଯୋଗୁଁ ମୋରାଟୋରିଅମ୍ ସମୟର ଚକ୍ରବୃଦ୍ଧି ସୁଧ ଛାଡ଼ କରିବାକୁ ସରକାର ଘୋଷଣା କରିଥିଲେ!!*


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like