-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
17-Jul-2021
ବିନିକା(ହିମାଂଶୁ ଶେଖର ପୁଟେଲ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଧୀନସ୍ଥ ବାଙ୍କିଘିରିଡି ଗ୍ରାମ ଆନ୍ଧ୍ରାଦେରା ଠାରେ ଜଣେ ଯୁବକଙ୍କୁ ଲୁହାଚକା ଲାଗିଥିବା ଟ୍ରାକ୍ଟର ଚପାଇ ମାରି ଦେଇଥିବା ଆଜି ସନ୍ଧ୍ୟାରେ ବିନିକା ଥାନାରେ ଅଭିଯୋଗ ହେବାପରେ ପୋଲିସ ଏକ ମାମଲା ଦାୟର କରି ଘଟଣାର ତଦନ୍ତ ଜାରି ରଖିଛି lତେବେ ଘଟଣାରୁ ପ୍ରକାଶ ଯେ ବିନିକା ଥାନା ବାଙ୍କିଘିରୀଡି ଆନ୍ଧ୍ରାଡେରା ଠାରେ ଗତ ୧୪ତାରିଖ ରାତି ପ୍ରାୟ ୮ଟା ସମୟରେ ଏକ ଗଣ୍ଡୋଗୋଲ ର ସମାଧାନ କରିବା ପାଇଁ ଆସିଥିବା ବରଗଡ଼ ଜିଲ୍ଲା ଅତାବିରା ଥାନା ଅଧୀନ ପରମାନପୁର ଗ୍ରାମର ଡି.କାଶି ବିଶ୍ୱନାଥଙ୍କ ଉପରେ ଲୁହାଚକା ଲାଗିଥିବା ଟ୍ରାକ୍ଟର ଚଡ଼ାଇ ମାରି ଦେଇଥିବା ନେଇ ଆଜି ଶୁକ୍ରବାର ସଂଧ୍ୟାରେ ବିନିକା ଥାନାରେ ତାଙ୍କ କାକା ଡି.ରାମବାବୁ ଲିଖିତ ଅଭିଯୋଗ କରିଛନ୍ତି l ପୋଲିସ ଏହି ଶୀର୍ଷକକାତର ବିଷୟକୁ ନେଇ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଛି l ଅଭିଯୋଗ ଅନୁସାରେ ବାଙ୍କୀଘିରିଡି ଗ୍ରାମର ଆଲ୍ଲା ସତ୍ୟନାରାୟଣ ଓ ତାଙ୍କ ପରିବାର ମଧ୍ୟରେ ଗଣ୍ଡୋଗୋଲ ଲାଗି ରହିଥିଲା l ଏହି ସମୟରେ ଉଭୟେ କାକା ଓ ପୁତୁରା ସେମାନଙ୍କୁ ବୁଝାସୁଝା ପାଇଁ ଆସିଥିଲେ l ସେହି ସମୟରେ ଆଲ୍ଲା ସତ୍ୟନାରାୟଣ ଆକ୍ରୋଶ ମନୋଭାବ ନେଇ ପାଖରେ ଥିବା ଟ୍ରାକ୍ଟର କୁ ଦୃତଗତି ରେ ଚଳାଇ କାଶୀ ବିଶ୍ଵନାଥଙ୍କ ଉପରେ ଚପାଇ ଦେଇଥିଲା l ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା l ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା l ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା l ଏହି ଘଟଣା ପରେ ଆଜି ଡି.ରାମବାବୁ ପ୍ରାୟ ୫୦ଜଣ ଲୋକଙ୍କୁ ସାଙ୍ଗରେ ଧରି ବିନିକା ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି l ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ବୋଲି ବିନିକା ଥାନା ଅଧିକାରୀ ପବିତ୍ର ସାହୁ ସୂଚନା ଦେଇଛନ୍ତି l