-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
16-Jul-2021
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳ କେନ୍ଦୁପତ୍ର ଚୋରା ଚାଲାଣ ପାଇଁ ଚର୍ଚ୍ଚାରେ ଥିବାବେଳେ ଗୁରୁବାର ରାତିରେ ପୁଣି ଚୋରା ଚାଲାଣ ପାଇଁ ଡଙ୍ଗାପଥର ଗ୍ରାମ ନିକଟସ୍ଥ ଜଙ୍ଗଲ ରାସ୍ତା କଡରେ ଗଛିତ ଥିବା ଏକ କୁଇଣ୍ଟାଲ କେନ୍ଦୁପତ୍ରକୁ ଚାରମାଳ ପୋଲିସ ଜବତ କରିଛି। ଏହି ବେଆଇନ କାରବାର ଅଭିଯୋଗରେ ପୋଲିସ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ଡଙ୍ଗାପଥର ଗ୍ରାମର ନୃପତି ପ୍ରଧାନ(୫୩)। ଏ ସଂକ୍ରାନ୍ତରେ ଚାରମାଳ ଥାନା କେସ ନମ୍ବର୮୯/୨୦୨୧ ରେ ମାମଲା ରୁଜୁ କରି ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି।