-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
16-Jul-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ) : ପ୍ରତି ବର୍ଷ ଧାନ ମଣ୍ଡିରେ ଧାନ ବିକ୍ରିରେ ଘୋର ଅବ୍ୟବସ୍ଥା ଦେଖାଯାଉଥିବା ଏବଂ ଓଡିଶାର ଭାତ ହାଣ୍ଡି କୁହାଯାଉଥିବା ସୁବର୍ଣ୍ଣପୁର ଜ଼ିଲ୍ଲାର ଚାଷୀ ଙ୍କ ଅନ୍ୟ ନାମ କଣ ହତାଶୀ ଆଉ ଉଦାସୀ କି ବୋଲି ରାଜ୍ୟ ସରକାରଙ୍କୁ ଜ଼ିଲ୍ଲାର ଟାଣୁଆ ବିଜେପି ନେତା ଓ ଜ଼ିଲ୍ଲାର ବୁଦ୍ଧିଜୀବୀ ସମାଲୋଚନା କରିଛନ୍ତି l ନବୀନ ସରକାରଙ୍କ ମନ୍ତ୍ରୀ ମାନଙ୍କର ଦକ୍ଷତାର ମାପକାଠି ର ଏ କଣ ନମୁନା କି ବୋଲି ପ୍ରଶ୍ନ କରିଛନ୍ତି l ସୁବର୍ଣ୍ଣପୁର ଜ଼ିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ବାଙ୍କୀପାଲିର ଶତାଧିକ ଚାଷୀଙ୍କ ପ୍ରତିନିଧିମାନେ ଆଜି ଆସି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାସ, ଡିପିସି ଓ
ସିଏସଓ ଙ୍କୁ ଭେଟି ଚଳିତ ଋତୁରେ ଧାନକୁ ସ୍ଥାନୀୟ ଜୟ ଭବାନୀ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଠାରେ ନ ବିକି ପୂର୍ବ ରୁ ରେଜିଷ୍ଟ୍ରେସନ ଥିବା ମାୟାବରାହା ପେକ୍ସରେ ପୁଣି ବିକ୍ରି କରିବାକୁ ଅନୁମତି ଦେବାକୁ ଦାବୀ କରିଛନ୍ତି। ଏହି ମହିଳା ଗ୍ରୁପ ଠିକ ସମୟରେ ଚାଷୀଙ୍କ ଠାରୁ ଧାନ କିଣି ନପାରିବାରୁ ଅବହେଳା ପାଇଁ ଗୁଡାଏ ଚାଷୀଙ୍କ ଟୋକନ ଲେପ୍ସ ହୋଇଯାଇଥିଲା। ଯା ଫଳରେ କି ଏ ଅଞ୍ଚଳ ର ଅନେକ ଚାଷୀ ଏବେ ହତାଶ ହୋଇ ଆଜି ଜ଼ିଲ୍ଲା ପ୍ରଶାସନ ପାଖରେ ଲିଖିତ ଆକାରରେ ଗୁହାରି କରିଛନ୍ତି l