-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
16-Jul-2021
ବଲାଙ୍ଗୀର(ପ୍ରେରଣା ଖବର) - ଧନ୍ୟବାଦ୍ , ଶ୍ରୀଯୁକ୍ତ ପାର୍ବତୀ ମୋହନ ପରିଡା । ଗତ ୮ ତାରିଖ ଦିନ ସାପ୍ତାହିକ ପତ୍ରିକା 'ପ୍ରେରଣା' ର ନିଉଜ୍ ପୋର୍ଟାଲରେ ଶୀର୍ଷକ ଖବର 'ବର୍ଷା ମାସରେ ବି ପାଣି ପାଇଁ ଚିନ୍ତା, ଶାସ୍ତ୍ରୀ ନଗର ରେ ପାନୀୟ ଜଳର ଉତ୍କଟ ସମସ୍ୟା' ସମ୍ବାଦ ପ୍ରକାଶିତ ହେଲା ପରେ ଜନସ୍ବାସ୍ଥ୍ୟ ବିଭାଗ ଏକଜିକ୍ୟୁଟିଭ ଇଂଜିନିୟର ଶ୍ରୀଯୁକ୍ତ ପାର୍ବତୀ ମୋହନ ପରିଡାଙ୍କ ନିର୍ଦ୍ଦେଶରେ ଜେ. ଇ ପ୍ରକାଶ ବେହେରା ଦୁଇ ଥର ଶାସ୍ତ୍ରୀ ନଗର କୁ ଯାଇ ସ୍ଥାନୀୟ ବାସିନ୍ଦା କିଭଳି ପାନୀୟ ଜଳ ପାଇବେ ତଦାରଖ କରି ଫେରିଛନ୍ତି । ଅନେକ ଦିନର ପାନୀୟ ଜଳ ସମସ୍ୟା ଦୂର ହେବା ଆଶାରେ ସ୍ଥାନୀୟ ବାସିନ୍ଦା ତାଙ୍କ ଖୁସି ଜାହିର କରି ଶ୍ରୀଯୁକ୍ତ ପରିଡ଼ା ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।
ସୂଚନାଯୋଗ୍ୟ, ଶାସ୍ତ୍ରୀ ନଗରର ଚାରୋଟି ଗଳି ର ବାସିନ୍ଦା ସ୍ୱଚ୍ଛ ପାନୀୟ ଜଳ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ଏକ ବର୍ଷ ର ଅପେକ୍ଷା ପରେ ପାନୀୟ ଜଳ ପାଇବେ ବୋଲି ଆଶା କରିଛନ୍ତି । ଏକ ବର୍ଷ ମଧ୍ୟରେ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ । କୌଣସି ରାଜନେତା ମଧ୍ୟ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେଇ ନଥିବା ରୁ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଆଗାମୀ ନିର୍ବାଚନ ରେ ଉଚିତ୍ ଜବାବ ଦେବେ ବୋଲି ଚର୍ଚ୍ଚା ହୁଏ । ତେବେ ଦେଖାଯାଉ କେତେଦିନ ଭିତରେ ଶାସ୍ତ୍ରୀ ନଗରରୁ ପାନୀୟ ଜଳ ସମସ୍ୟା ଦୁର ହେବ ।