-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
16-Jul-2021
ଭୁବନେଶ୍ୱର(ଶୁଭାଶିଷ ନାୟକ): ସାରା ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣ ସେହି ଅନୁପାତରେ ହ୍ରାସ ପାଉନାହିଁ । ଏବେ ରାଜ୍ୟରେ ପ୍ରତିଦିନ ୨ ହଜାର ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୪୦୦ରୁ ଅଧିକ ସଂକ୍ରମିିତ ଚିହ୍ନଟ ହେଉଛନ୍ତିି । ଏପରି ସ୍ଥଳେ ସଂକ୍ରମଣ ରୋକିବା ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଉପରେ ଗୁରୁତ୍ୱ ଦେଇଛି ବିଏମସି । ଫଳରେ ଭୁବନେଶ୍ୱରରେ ଦୁଇଟି ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଜାରି କରାଯାଇଛି ।
ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଖଣ୍ଡଗିରି ସତ୍ୟସାଇ ଏନକ୍ଲେଭର ୧୧ ରୁ ୬୧ ଯାଏଁ କଣ୍ଟେନମେଣ୍ଟ ଜାରି କରାଯାଇଛି । ସେହିପରି ରସୁଲଗଡ ଛକ ନିକଟରେ ଥିବା ଲର୍ଡ ଗୁଞ୍ଜନ ପ୍ୟାଲେସ ଆପାର୍ଟମେଣ୍ଟର ବି-ବ୍ଲକକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସଂପୃକ୍ତ ଅଞ୍ଚଳରେ ୧୦ରୁ ଅଧିକ କୋଭିଡ ପଜିଟିଭ ବାହାରିବାରୁ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହି ଅଞ୍ଚଳର ଲୋକେ ବାହାରକୁ ବାହାରି ପାରିବେ ନାହିଁ କିମ୍ବା ବାହାର ଲୋକେ ସେହି ଅଞ୍ଚଳକୁ ଯାଇପାରିବେ ନାହିଁ । କଣ୍ଟେନମେଣ୍ଟ ଜୋନକୁ ଅତ୍ୟାବଶ୍ୟକ ଏବଂ ମେଡିକାଲ ସାମଗ୍ରୀ ବିଏମ୍ସି ପକ୍ଷରୁ ଯୋଗାଇ ଦିଆଯିବ ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣ କମୁଥିବାରୁ ରାଜ୍ୟରେ ପ୍ରାୟ ସବୁ ସ୍ଥାନରେ କଟକଣା ନିୟମରେ କୋହଳ କରାଯାଇଛି । ବିଶେଷ କରି ଭୁବନେଶ୍ୱର ଓ କଟକ ମହାନଗରରେ ପଜିଟିଭ୍ ସଂଖ୍ୟା କମୁ ନ ଥିବା ଦେଖିବାକୁ ମିଳୁଛି । ଏପରି ସ୍ଥଳେ ସଂକ୍ରମଣ ଅଧିକ ଥିବା ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ।