-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
16-Jul-2021
କଣ୍ଟାମାଳ (ଅକୃର ସାହୁ) କଣ୍ଟାମାଳ ବ୍ଳକ ବରଗାଁ ପଞ୍ଚାୟତ ମାତାକୁପା ୱାର୍ଡ଼ ର କନ୍ଧପାଳି ସ୍କୁଲ 2011 ସ୍ଥାପିତ ହୋଇଥିଲା। ଏହି ସ୍କୁଲରେ ଦୀର୍ଘ 10 ବର୍ଷ ଧରି ପିଲା ସଂଖ୍ଯା କମ୍ ହୋଇଥିବାରୁ ସ୍କୁଲର ଛାତ୍ରଛାତ୍ରୀ ( ଶ୍ରୀୟା ନାଏକ, ଶିବାନୀ ନାଏକ, ସୁନୀଳ ସାହୁ,ସୁଗ୍ଯାନୀ ଭୋଈ, ଅର୍ଚ୍ଚନା ମଳିକ, ମମିତା ସାହୁ ,ଅନୀତି ମହାନନ୍ଦ , ଆକାଶ ମହାନନ୍ଦ, ସଞ୍ଜିତା ସରଭଙ୍ଗ,ଅନୁପମା ସାହୁ, ଅର୍ଚ୍ଚିତା ସାହୁ, ଜିଳେନ୍ଦ୍ରିୟ ନାଏକ, ଅବିନାଶ ନାଏକ ଓ ଆରତୀ ମହାନନ୍ଦ) ପଢୁଥିଲେ । କନ୍ଧପାଳି ସ୍କୁଲ ର 14 ଜଣ ଛାତ୍ରଛାତ୍ରୀଙ୍କୁ ମାତାକୁପା ସ୍କୁଲକୁ ଦିଆଯାଇଛି । କିନ୍ତୁ ଏହି ଛାତ୍ରଛାତ୍ରୀ ମାନେ ଖାଲି ସେମାନଙ୍କର ବହି ପାଇଛନ୍ତି । ଅଭିଭାବକ ମାନେ ମାତାକୁପା ସ୍କୁଲର ପ୍ରଧାନଶିକ୍ଷକଙ୍କୁ ପଚାରିଵାରୁ ତମର ପିଲାଙ୍କର ଳିଷ୍ଟ୍ ଯାଇ ନାହିଁ କହୁଛନ୍ତି । ସରକାରୀ ସାହାଯ୍ୟ ର ହାତଛଡା ହୋଇ ଥିବାରୁ ଅଭିଭାବକ ମାନେ କାହିଁକି ଅନ୍ଯ ପିଳାମାଙ୍କ ଭଳି ପାଈନଥିରୁ ଏହାର ତଦନ୍ତ କରିବା ପାଇଁ ଅଭିଯୋଗ କରିଛନ୍ତି ।