-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
12-Jul-2021
କଳାହାଣ୍ଡି,କେସିଙ୍ଗା( ସଞ୍ଜୀବ ଦାସଙ୍କ ସହ ତ୍ରିନାଥ ବେଶ୍ରା)
କଲାହାଣ୍ଡି ଜିଲ୍ଲା କେସିଙ୍ଗା ବୋରିଙ୍ଗ ପଦର, କଳ୍ୟାଣ ମଣ୍ଡପ ଠାରେ ପବିତ୍ର ରଥଯାତ୍ରା ଅବସରରେ ଡିଜିଟାଲ ନିଉଜ ଚେନାଲ 'କ୍ରାଇମ ନିଉଜ ଓଡ଼ିଶା' ଶୁଭ ଉଦଘାଟିତ
ହୋଇଯାଇଛି । ଏହି ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ କଲାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଯୋଗ ଦେଇ ଥିବାବେଳେ ଅନ୍ୟ ତମ ଅତିଥି ଭାବରେ କଲାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ପୁର୍ବତନ ଭବାନୀପାଟଣା ବିଧାୟକ ଦୁଷ୍ମନ୍ତ ନାଏକ, ଓଜେୟୁ ଷ୍ଟେଟ ପ୍ରେସିଡେଣ୍ଟ ନିରୋଜ ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ସାନ୍ତନୁ ମହାପାତ୍ର,
ଚେନାଲ ଏମ୍ ଡି ତୁମେଶ୍ୱର ସାହୁ ଓ ସମାଜସେବୀ ମନୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ
ପ୍ରତିଛବିରେ ଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟିତ କରାଯାଇଥିଲା l ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା
କଲାହାଣ୍ଡି ପାଇଁ ଏହା ଏକ ଗର୍ବ ଓ ଗୌରବ ଶାନ୍ତିପୂର୍ଣ୍ଣ ଭାବରେ ସତ୍ୟତାକୁ ଲୋକଲୋଚନକୁ ଆଣିବା ପାଇଁ ବକ୍ତାମାନେ ମତ ବ୍ୟକ୍ତ କରି ଥିଲେ । ଏହି କାର୍ଯ୍ୟକ୍ରମକୁ ଦିଲେଶ୍ୱର ମିଶ୍ର ଓ ମନିଷା ସାଧବ
ପରିଚାଳନା କରିଥିବା ବେଳେ ମଧୁ ସିନ୍ଦୂର ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।ଏଥିରେ ପ୍ରଫୁଲ୍ଲ ସାହନ, ରୋତ୍ତମ ପ୍ରାୟସିଂି, ଚକ୍ରଧର ବେଶ୍ରା ,ଉମାଶଙ୍କର ମିଶ୍ର,ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ l