-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
11-Jul-2021
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ରଞ୍ଜନା ସୁରକ୍ଷା ମଞ୍ଚ ଓ ୟାରୀୟନ ଫାଉଣ୍ଡେସନ ରେଢ଼ାଖୋଲର ମିଳିତ ଆନୁକୁଲ୍ୟରେ ରବିବାର ସ୍ଥାନୀୟ ଐତିହାସିକ ରଞ୍ଜନା ପୀଠରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୫୦ ଗୋଟି ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାମପୁର ରେଞ୍ଜର ମୈତ୍ରୀମୟୀ ବିଶ୍ଵାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଏବଂ ସ୍ଥାନୀୟ କାଉନସିଲର ଲକ୍ଷ୍ମଣ ପ୍ରଧାନ , ରଞ୍ଜନା ସୁରକ୍ଷା
ମଞ୍ଚ ସଭାପତି ଶିବରାମ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ୟାରୀୟନ୍ ଫାଉଣ୍ଡେସନର ସଭାପତି ପପୁନ ସାମଲ , ସହ ସଂପାଦକ ସଚିନ କୁମାର ପ୍ରଧାନ , ଉପଦେଷ୍ଟା ଗଜାନନ ଭେସରା ଓ ସ୍ଥାନୀୟ ଝାରପରା ଗ୍ରାମର ବହୁ ସଂଖ୍ୟକ ପୁରୁଷ ,ମହିଳା ଓ ଶିଶୁ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଫଳ କରିଥିଲେ ।