-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
04-Jul-2021
ଟିଟିଲାଗଡ଼,(ପ୍ରେରଣା ଖବର) : ଟିଟିଲାଗଡ଼ ଥାନା ଅନ୍ତର୍ଗତ ଟିକ୍ରାପଡା ଗ୍ରାମରେ ମାଧବ ଵିଭାର ନାମକ ଜଣେ ବ୍ୟକ୍ତି ତାଙ୍କ ମାଆ ଯଶ ଵିଭାରଙ୍କୁ ଆକ୍ରମଣ କରିବା ନେଇ ଗତ ଶନିବାର ସନ୍ଧ୍ୟାରେ ଟିଟିଲାଗଡ଼ ଥାନାକୁ ଏତଲା ଦେବାକୁ ଆସିଥିବା ଜାଣି ଅପରପକ୍ଷର ୫ ଜଣ ଯୁବକ ମାଧବଙ୍କୁ ଥାନା ଭିତରେ ମିଳିତ ଆକ୍ରମଣ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଘର ଜାଗାକୁ ନେଇ ମାଧବଙ୍କ ସହ ତାଙ୍କ ସମ୍ପର୍କୀୟଙ୍କ ସହ ପୂର୍ବରୁ ଗଣ୍ଡଗୋଳ ଲାଗି ରହିଥିଲା । ତେବେ ନିକଟରେ ଉକ୍ତ ଜାଗା କୁ ନେଇ ସରକାରୀ ଭାବେ ମପlମପି କରି ମାଧବ ଓ ତାଙ୍କ ପରିବାର ଲୋକେ ତାଙ୍କ ଜାଗା ନିଜ ଦାଖଲକୁ ନେଇଥିଲେ l ସେହିପରି ଅପରପକ୍ଷର ଦ୍ରୋଣ ଵିଭାର, କାଳିଦାସ ଵିଭାର, ଜଗଦୀଶ ଵିଭାର, ମେଘ ଵିଭାର ଓ ଲକ୍ଷ୍ମଣ ଵିଭାର ତାଙ୍କ ମାପ ମୁତାବକ ଜାଗା ନେଇ ସୁଦ୍ଧା ସେଥିରେ ତାଙ୍କ ସହମତି ଦର୍ଶାଇ ମାଧବ ଓ ତାଙ୍କ ପରିବାର ଲୋକ ଙ୍କ ପ୍ରତି ଆକ୍ରୋଶମୂଳକ ଭାବ ରଖିଥିଲେ । ଏପରି କି ଉକ୍ତ ପଞ୍ଚ ଜଣ ଅଭିଯୁକ୍ତ ମାଧବଙ୍କ ମାଆ ଯଶ ଵିଭାରଙ୍କୁ ଶନିବାର ଦିନ ସକାଳେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି l ଏ ନେଇ ଅପରାହ୍ନରେ ମାଧବ ଟିଟିଲାଗଡ଼ ଥାନାରେ ଏତଲା ଦେଇଥିଲେ । ଏତଲା ଦେବାକୁ ଆସି ଟିଟିଲାଗଡ଼ ଥାନା ପରିସରରେ ଥିବା ମାଧବଙ୍କୁ ଉକ୍ତ ପାଞ୍ଚ ଜଣ ଆସି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ମାଧବ । ପୋଲିସ ଉପସ୍ଥିତିରେ ଏପରି ଥାନା ପରିସରରେ ଏତଲାକାରୀ ଙ୍କୁ ଆକ୍ରମଣ ନେଇ ପୋଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମାଧବ ଓ ତାଙ୍କ ମାଆ ଦାବି କରିଛନ୍ତି । ଏ ନେଇ ପୋଲିସ ଏକ ମାମଲା ରୁଜ୍ଜୁ କରି ଉକ୍ତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ଜଣାଯାଇଛି ।