-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
30-Jun-2021
କଳାହାଣ୍ଡି (ପ୍ରେରଣା ଖବର ବ୍ୟୁରୋ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ସିଂହପୁର ଗ୍ରାମପଞ୍ଚାୟତ ସ୍ଥିତ କାମରେଙ୍ଗ ଗାଁ ର ଗରିବ ଆଦିବାସୀ ରେମନ୍ତ ମାଝୀ ଗତ ଛଅ ମାସ ତଳେ ଗାଡ଼ି ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ଼ ଅପରେସନ କରାଯାଇ ଲୁହା ରଡ଼ ଯଏଣ୍ଟ କରାଯାଇଥିଲା l ହେଲେ ଗତ କିଛି ଦିନ ହେଲା ଯେଉଁ ଗୋଡ଼ରେ ଜଏଣ୍ଟ ହୋଇଥିଲା ଲୁହା ରଡ଼ ସେହି ଗୋଡ଼ ଟି ଚାଲିବା ଦ୍ୱାରା ପଚି ଯାଇ ପୁଣି ଥରେ ଶରୀର ଦୁର୍ବଳ ହୋଇଯାଉଛି । ଗୋଡରୁ ପୁଜ ବାହାରିବା ସହିତ ରେମନ୍ତର ଚାଲିବାରେ ଅସୁବିଧା ହେଉଛି l ଏଣୁ ତାଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ମୋହନଗିରି ଗ୍ରାମର ଯୁବ ସମାଜସେବୀ ସୁବ୍ରତ ସାହୁ ଏବଂ ସିଲି ମାଝୀ
ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଚିକିତ୍ସାଳୟକୁ ପଠେଇବା ବନ୍ଦୋବସ୍ତ କରିଛନ୍ତି। ତାଙ୍କ ଚିକିତ୍ସା ପାଇଁ ସରକାରୀ ସହଯୋଗ ଦରକାର ଏଣୁ କଳାହାଣ୍ଡି ସିଡ଼ି ଏମ ଓ ଙ୍କ ସମେତ କିଛି ବଦାନ୍ୟ ବ୍ୟକ୍ତି ବିଶେଷଙ୍କୁ ଏହି ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇବା ପାଇଁ ଅଂଚଳବାସୀ ଅନୁରୋଧ କରିଛନ୍ତି l