-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
30-Jun-2021
ବିନିକା (ହିମାଂଶୁ ଶେଖର ପୁଟେଲ) : ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଗୋବିନ୍ଦା ଝାଙ୍କର ଏବଂ ବିନିକା ବ୍ଲକ ଅଞ୍ଚଳ ସିଲାଟି ଗ୍ରାମର ଶ୍ରୀନିବାସ ଖମାରୀଙ୍କୁ ଜାତୀୟ ଛାତ୍ର କଂଗ୍ରେସ ସଭାପତି ନିରଜ କୁନ୍ଦନ ଆଜି ମନୋନିତ କରିଥିବାରୁ ସାରା ବିନିକା ଅଞ୍ଚଳ ଛାତ୍ର ମହଲରେ ଖୁସିର ଲହରୀ ଖେଳିବା ସହ ଉଭୟ ଛାତ୍ର ନେତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି l ସୂଚନା ଯୋଗ୍ୟ ଯେ ଗୋବିନ୍ଦା ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଭାବେ ଦାୟିତ୍ଵ ନିର୍ବାହ କରି ସୁଚାରୁ ରୁପେ କାର୍ଯ୍ୟ କରିଥିଲେ l ଠିକ ସେହିପରି
ଶ୍ରୀନିବାସ ମଧ୍ୟ ବିଭିନ୍ନ କାର୍ଯ୍ୟରେ ଛାତ୍ର ମାନଙ୍କୁ ସଂଗଠିତ କରି ସ୍ୱର ଉତ୍ତୋଳନ କରିବାରେ ପ୍ରମୁଖ ଭୂମିକା ତୁଲାଇ ଆସୁଥିଲେ l ଆଜି ଏକ ପ୍ରେସ ରିଲିଜ ମାଧ୍ୟମରେ ଜାତୀୟ ସଭାପତି ନିରଜ କୁନ୍ଦନ ଓଡ଼ିଶା ପ୍ରଦେଶ ପାଇଁ ୭ଜଣଙ୍କୁ ଉପ ସଭାପତି,୩୨ଜଣଙ୍କୁ ସାଧାରଣ ସମ୍ପାଦକ ଏବଂ ୩୫ଜଣଙ୍କୁ ସହ ସମ୍ପାଦକ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି l