-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
30-Jun-2021
ଟିଟିଲାଗଡ଼ (ପ୍ରେରଣା ଖବର ):ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘଦିନ ଧରି ଖାଲି ପଡିରହିଥିବା ଗୁରୁତ୍ୱପୂର୍ଣ୍ଣ ଡ଼ାକ୍ତର ପଦବୀ ପୂରଣ ହେଉନଥିବାରୁ ସାଧାରଣ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ବିଭିନ୍ନ ରାଜନୈତିକ ତଥା ସ୍ବେଚ୍ଛାସେବୀ ମହଲରେ ଏ ନେଇ ଅସନ୍ତୋଷ ପ୍ରକାଶ ପାଇଛି l ଅଭିଯୋଗ ଅନୁଯାୟୀ ଏହି ସବଡିଭିଜନାଲ ସରକାରୀ ଡାକ୍ତରଖାନାରେ ଅସ୍ତିଶଲ୍ୟ, ଅସ୍ତ୍ରୋପଚାର ବିଭାଗ ପରି ଦୁଇଗୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଡ଼ାକ୍ତର ପଦବୀ ବର୍ଷବର୍ଷ ଧରି ଖାଲି ପଡି ରହିଛି । ହାତ,ଗୋଡ଼ ଭଙ୍ଗା ଅବା ଅନ୍ୟ ଅସୁବିଧା ପାଇଁ ବାଧ୍ୟ ହୋଇ ଗରିବ ଶ୍ରେଣୀର ଲୋକେ ପଡୋଶୀ ଜିଲ୍ଲା କଳାହାଣ୍ଡି ତଥା ଅନ୍ୟତ୍ର ଗାଡି ଭଡ଼ା କରି ଯାଇ ଚିକିତ୍ସିତ ହେଉଛନ୍ତି । ଏ ନେଇ ସ୍ଥାନୀୟ ବି. ଜେ. ପି ଦଳ ସମେତ ଏକାଧିକ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଦାବି ହୋଇ ଆସୁଥିବା ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ସାଧାରଣରେ ଅଭିଯୋଗ ହୋଇଆସୁଥିବା ବେଳେ ସାଧାରଣରେ ଅସନ୍ତୋଷ ଉଗ୍ର ରୂପ ଧାରଣ କରିବାରେ ଲାଗିଛି ।