-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
29-Jun-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ଲୋଇସିଂହା ତହସିଲରେ କର୍ମଚାରୀ ଅଭାବ ପୂରଣ ଲାଗି ଲୋଇସିଂହା ବିଜେପି ପକ୍ଷରୁ ଆଜି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରlଣାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ସୁଚନାମତେ, ଲୋଇସିଂହା ତହସିଲର କାର୍ଯ୍ୟକାଳ ଦୀର୍ଘ 25 ବର୍ଷ ହେବ ଓ ଏହି ଦୀର୍ଘ ବର୍ଷ ମଧ୍ୟରେ ତହସିଲ କର୍ମଚାରୀଙ୍କ ଅଭାବ ସବୁବେଳେ ବଳବତ୍ତର ରହିଛି l ଆବଶ୍ୟକୀୟ କର୍ମଚାରୀ ଙ୍କ ଅଭାବ ଯୋଗୁଁ ଲୋକେ ଦୂରଦୂରାନ୍ତରୁ ଆସି ହଇରାଣ ହରକତ ହେଉଛନ୍ତି ଓ କୌଣସି ତହସିଲ କାର୍ଯ୍ୟ ଠିକ ସମୟରେ ହୋଇପାରୁନାହିଁ l ଯେଉଁଠି ୬ ଅବା ୭ ଜଣ ଷ୍ଟାଫ ରହିବା କଥା ସେଠାରେ ମାତ୍ର 3 ଜଣ ଷ୍ଟାଫରେ ତହସିଲ କାର୍ଯ୍ୟ ଚାଲିଛି l ଲୋଇସିଂହା ତହସିଲରେ ପିଅନ ଓ ରାତ୍ରୀ ଜଗୁଆଳି କେହି ନାହାନ୍ତି l ତହସିଲରେ ଯେତିକି ଦରକାରୀ ଷ୍ଟାଫ ରହିବେ କାର୍ଯ୍ୟ ମଧ୍ୟ ସେତିକି ଭଲ ଭବରେ ହୋଇପାରିବ l ଏସବୁ ସମସ୍ୟାର ପୂରଣ ଲାଗି ଆଜି ଲୋଇସିଂହା ବିଜେପିର ଏମ ପି ନୋମିନି ବାଳକୃଷ୍ଣ ଧରୁଆ, ସୁଦିପ ସା, ଲେକୃ ତ୍ରିପାଠୀ, ସୀତାରାମ ପଧାନ, ନେପାଳ ସା, ଦୀପକ ବାଗ ପ୍ରମୁଖ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି l