-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
22-Jun-2021
ବାଲିଗୁଡା,(ପ୍ରେରଣା ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସାରଂଗଡ ଥାନା ପାବୁରିଆ ନିକଟସ୍ଥ ତଳ ଡାମିଗୁଡା ଗ୍ରାମରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏକ ଇଟା ବୋଝେଇ ଟ୍ରାକ୍ଟର ନଂ. (OR12A-6492) ଇଟାନେଇ ଯାଉଥିବା ସମୟରେ ହଠାତ୍ ଡାମିକିଆ ଗ୍ରାମର ସୁବାଷ ପ୍ରଧାନଙ୍କ ୫ବର୍ଷର ପୁଅ ସହନ ପ୍ରଧାନ ଟ୍ରାକ୍ଟର ସାମ୍ନାକୁ ଆସିଯାଇଥିଲା । ଫଳରେ ଟ୍ରାକ୍ଟର ଡ୍ରାଇଭର ଭାରସାମ୍ୟ ହରାଇଥିବା ବେଳେ ଶିଶୁ ଜଣକ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ସହନକୁ ଟିକାବାଲି ବ୍ଲକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ସହନଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଘଟଣା ସ୍ଥଳରେ ସାରଂଗଡ ପୋଲିସ ପଂହଁଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଶିଶୁଟିର ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ।