-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
22-Jun-2021
ବିନିକା (ହିମାଂଶୁ ଶେଖର ପୁଟେଲ) ବିନିକା ସହର ରଥପଡାର ଜଣେ ଜଣାଶୁଣା ଧର୍ମପରାୟଣ ବ୍ୟକ୍ତି ତଥା ମନ୍ଦିର ପୂଜକ ରାମହରି ନେପାକ(୭୨) କରୋନା ଯୁଦ୍ଧରେ ବିଜୟୀ ହୋଇଥିବାରୁ ତାଙ୍କ ଆଶୁ ଆରୋଗ୍ୟର ସଫଳତା ପାଇଁ ପରିବାର,ବନ୍ଧୁ ପରିଜନ ତଥା ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି l ଶ୍ରୀ ନେପାକ କରୋନାରେ ଆକ୍ରାନ୍ତ ହୋଇ ଗତ ୧୨ତାରିଖରୁ ବିନିକା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ l ଆଜି ସେ ସମ୍ପୂର୍ଣ ସୁସ୍ଥ ହେବାପରେ ଡାକ୍ତର ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରିଥିଲେ l ସେ ହସହସ ମୁହଁରେ ପରିବାର ସହ ଘରକୁ ଫେରିଛନ୍ତି l ଶ୍ରୀ ନେପାକ ବିନିକା ବିଜେପିର ପୂର୍ବତନ ନଗର ସଭାପତି ତଥା ସୁବର୍ଣ୍ଣପୁର ଜିଲ୍ଲା ହିନ୍ଦୁ କେଶରିୟା ବାହିନୀର ସାଧାରଣ ସମ୍ପାଦକ ସମ୍ବିତ ନେପାକଙ୍କ ପିତା l