-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
22-Jun-2021
ଗଞ୍ଜାମ (ପ୍ରେରଣା ଖବର) : ଋଷିକୁଲ୍ୟା ନଦୀ ପଠାରୁ ମୁଣ୍ଡ ବିହୀନ ଗଳିତ ଶବ ଉଦ୍ଧାର ହୋଇଛି।ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡା ଥାନା ପୁଷ୍ପନଗର ଅଞ୍ଚଳରେ ।ସୂଚନା ମୁତାବକ ଆଜି ସକାଳୁ ସ୍ଥାନୀୟ ଲୋକେ ନଦୀକୁ ଗାଧେଇବାକୁ ଯାଇଥିବା ବେଳେ ମୁଣ୍ଡ ବିହୀନ ଗଳିତ ସବ ଦେଖି ପୋଲିସ କୁ ଖବର ଦେଇଥିଲେ । ମୁତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳି ନଥିବା ବେଳେ ସୋରଡା ଓ ଗଙ୍ଗାପୁର ପୋଲିସ ଆସ୍କା ଏସ ଡ଼ି ପି ଓ
ସ୍ଥଳରେ ପହଞ୍ଚି ଅଧିକା ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଦେହଟିକୁ ୪ ରୁ ୫ ଦିନ ହୋଇଯାଇଥିବାରୁ ପଚି ନଷ୍ଟ ହୋଇଯାଇଛି । ତେବେ କିଏ କେଉଁ କାରଣରୁ ହତ୍ୟା କରି ଏଠାରେ ଆଣି ଫୋପାଡ଼ି ଚାଲିଯାଇଛି ତାହା ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଆସି ପହଁଚିବା ପରେ ଘଟଣା ରହସ୍ୟ ଜଣାପଡିବ।