-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ଉତ୍ତର ପ୍ରଦେଶର ବିଭାଜନ ଅପେକ୍ଷା କୋସଲ ରାଜ୍ୟ ଗଠନ ବେଶି ଜରୁରୀ: କୋସଲ ରାଜ୍ୟ ସମନ୍ୱୟ ସମିତି

16-Jun-2021



ବଲାଙ୍ଗିର, (ପ୍ରେରଣା ଖବର)- ରାଜନୈତିକ ଦୃଷ୍ଟିକୋଣରୁ ଉତ୍ତର ପ୍ରଦେଶକୁ ବିଭାଜିନ କରି ୩ଟି ଅଲଗା ରାଜ୍ୟ ଗଠନ କରାଯାଇପାରେ ବୋଲି ଆକଳନ କରାଯାଉଛି । ଏହି ଘଟଣାବଳୀ ଉପରେ ସ୍ୱତନ୍ତ୍ର କୋସଲ ରାଜ୍ୟ ଆନ୍ଦୋଳନକୁ ନେତୃତ୍ୱ ଦେଇ ଆସୁଥିବା କୋସଲ ରାଜ୍ୟ ସମନ୍ୱୟ ସମିତି ସତର୍କ ଦୃଷ୍ଟି ରଖିଛି । ଏଠାରେ ଉଲ୍ଲଖଯୋଗ୍ୟ ଯେ ଉତ୍ତର ପ୍ରଦେଶର ବିଭାଜନ କରି ଉତରପ୍ରଦେଶ, ପୂର୍ବାଂଚଳ ଓ ବୁନ୍ଦେଲଖଣ୍ଡ ପ୍ରଦେଶ ଗଠନ କରାଯାଇପାରେ ବୋଲି ଚର୍ଚ୍ଚା ଚାଲିଛି । ପୂର୍ବରୁ ୨୦୦୦ ମସିହାରେ ଉତ୍ତର ପ୍ରଦେଶରୁ ଉତ୍ତରାଖଣ୍ଡ ଅଲଗା ହୋଇସାରିଛି । କିନ୍ତୁ କୋସଲ ରାଜ୍ୟ ଦାବୀ ବୁନ୍ଦେଲଖଣ୍ଡ ଓ ପୂର୍ବାଂଚଳ ରାଜ୍ୟ ଦାବୀ ଅପେକ୍ଷା ବହୁ ପୁରୁଣା । ଏହା ଛଡା କୋସଲାଂଳର ଭାଷା, ସଂସ୍କୃତି ଓ ଇତିହାସ ଓଡିଶା ଠାରୁ ସମ୍ପୁର୍ଣ୍ଣ ଅଲଗା । ସେଥି ପାଇଁ ୧୯୩୬ ଓ ୪୮ ଏଭଳି ଦୁଇଟି ପର୍ଯ୍ୟାୟ ରେ ଓଡିଶା ସହ କୋସଲାଂଚଳର ବିଭିନ୍ନ ଅଂଚଳ ଓ ତତ୍କାଳୀନ ଗଡଜାତ ମିଶିଥିଲେ ମଧ୍ୟ ଆଜିଯାଏ ଓଡିଶା ପ୍ରଶାସନ କୋଶଳାଂଚଳକୁ ନିଜର କରି ପାରିନାହିଁ । ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ଉପକୂଳ ଓଡିଶା ଓ କୋଶଲାଂଚଳ ପ୍ରାୟତଃ ଭିନ୍ନ ମତ ପୋଷଣ କରିଥାନ୍ତି । ପୂର୍ବ ଓଡିଶା ଯେତେବେଳେ କଂଗ୍ରେସ ଦଳକୁ ସମର୍ଥନ ଦେଉଥିଲା ସେତେବେଳେ ଅତିତରେ କୋସଳାଂଚଳ ସମସ୍ତ ପାର୍ଟିକୁ ସମର୍ଥନ ଦେଉଥିଲା । ଠିକ୍ ସେହିଭଳି ଉପକୂଳ ଓଡିଶା ଗତ ଦୁଇ ଦଶନ୍ଧି ଧରି ଶାସକ ବିଜେଡିକୁ ସମର୍ଥନ ଦେଉଥିବା ବେଳେ କୋଶଳାଂଚଳ ବିଭିନ୍ନ ସମୟରେ କଂଗ୍ରେସ ଓ ବିଜେପିକୁ ବିପୁଳ ସମର୍ଥନ ଦେଇଛି । ଏଭଳିକି ବିଗତ ଲୋକସଭା ନିର୍ବାଚନରେ କୋସଳାଂଚଳ ର ସମସ୍ତ ଲୋକସଭା ସିଟ୍‌ରେ ବିଜେପି ଜିତିଛି । ଏଭଳି ସ୍ଥିତିରେ ସ୍ୱତନ୍ତ୍ର କୋସଲ ପ୍ରଦେଶ ଦାବୀକୁ ସମର୍ଥନ କରିବା ବିଜେପିର ନୈତିକ ଦାୟିତ୍ୱ । ତେଣୁ ମାନ୍ୟବର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ଏହି ଦୃଷ୍ଟିରୁ ବିଚାର କରି ତୁରନ୍ତ ପଦକ୍ଷେପ ନେବାକୁ କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରଦୋମ କୁମାର ମିଶ୍ର ଅନୁରୋଧ କରିଛନ୍ତି । କୋସଲାଂଚଳର ଲୋକେ ଗତ ଲୋକସଭା ନିର୍ବାଚନରେ ବିଜେପିକୁ ବିପୁଳ ସମର୍ଥନ ଦେଇଥିବାରୁ ନିର୍ବାଚିତ ବିଜେପି ସାଂସଦମାନେ ମଧ୍ୟ ନୈତିକତା ଦୃଷ୍ଟି ସ୍ୱତନ୍ତ୍ର କୋସଲ ରାଜ୍ୟ ଦାବୀ ହାସଲ ପାଇଁ ଦିଲ୍ଲୀରେ ଲବି କରିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଛନ୍ତି । ଆଗାମୀ ଦିନରେ କୋସଲ ଆନ୍ଦୋଳନକୁ ଜୋରଦାର କରିବାକୁ କୋସଲ ଦାବୀ ନେଇ ସ୍ୱରୋତ୍ତଳନ କରୁଥିବା ବିଶିଷ୍ଟ ଛୋଟ ଛୋଟ ସଂଗଠନ ଓ ବୁଦ୍ଧିଜୀବୀମାନଙ୍କୁ ଏକତ୍ରିତ କରି ଏକ ବିରାଟ କୋସଲ ଆନ୍ଦୋଳନ କରିବାକୁ କୋସଲ ରାଜ୍ୟ ସମନ୍ୱୟ ସମିତି ପ୍ରୟାସ କରିବ ବୋଲି ଶ୍ରୀ ମିଶ୍ର ସଂକେତ ଦେଇଛନ୍ତି ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like