-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
13-Jun-2021
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଆଗଲପୁର ବ୍ଲକ୍ ପରିସରରେ ଅମ୍ଳଜାନ ବ୍ୟାଙ୍କ୍ ଉଦଘାଟନ ହୋଇଯାଇଛି । ଏହି ଅବସରରେ ଆଗଲପୁର ତହସିଲଦାର ଆମୃତଲାଲ୍ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ୍ ଉପାଧ୍ୟକ୍ଷ ମନମୋହନ ପଟେଲ, ଆଗଲପୁର ବ୍ଲକ୍ ପ୍ରୋଗ୍ରାମ ଅଫିସର ପ୍ରବୀର ମେହେର ଓ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ପ୍ରତିଷ୍ଠାତା ସୋମନାଥ ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ । ଏହି ଅବସରରେ ୬ ଟି ଅମ୍ଳଜାନ ସିଲିଣ୍ଡର ଓ ଗୋଟିଏ ଅମ୍ଳଜାନ ସାନ୍ଧ୍ରକର ବ୍ୟବସ୍ଥା କରାଯାଇଥିଲା l ଏହି ଅତ୍ୟାଧୁନିକ ଅମ୍ଳଜାନ ସାନ୍ଧ୍ରକରେ ଗୋଟିଏ ମିନିଟରେ ୧୦ ଲିଟର ଅମ୍ଳଜାନ ଉତ୍ପାଦନ ହୋଇ ପାରିବ । ବିନା କିଛି ଶୁଳ୍କରେ ରୋଗୀ ପାଖରେ ଅମ୍ଳଜାନ ପହଞ୍ଚାଇ ଦିଆଯିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର ପ୍ରକାଶ କରିଛନ୍ତି । ଏହି ସେବା ଆରମ୍ଭ ହେଲେ ଆଗଲପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଅନେକ ରୋଗୀ ଉପକୃତ ହେବେ ବୋଲି ଜନମତ ପ୍ରକାଶ କରିଥିବା ବେଳେ ଲୋକେ ଅନୁଷ୍ଠାନକୁ ଧନ୍ୟବାଦ ଦେଇଥିଲେ l ଏହି ଉଦଘାଟନୀ ଉତ୍ସବରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଭାପତି ପ୍ରେମାନନ୍ଦ ପଧାନ, ସମ୍ପାଦକ ସଂଯୋଗ କୁମାର ସାହୁଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ l ମନୋଜ କୁମ୍ଭାର ସଭା ପରିଚାଳନା କରିଥିବା ବେଳେ ଅନେକ ସଦସ୍ୟ ସହ ବୁଦ୍ଧଦେବ ସାହୁ ଧନ୍ୟବାଦ ଦେଇଥିଲେ l