-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
13-Jun-2021
କୋକସରା: (ତ୍ରିନାଥ ଵେଶ୍ରା)କୋକସରା ଥାନା ମୋଟେର ଗାଁ ଶିବମନ୍ଦିର ପଡା ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ମୃତ ଯୁବକ ମୋଟେର ଗ୍ରାମର ବୁଦ୍ଧିମନ୍ତ ସରାପଙ୍କ ପୁଅ ବର୍ଣ୍ଣାଦି ସରାପ। ଗତ କାଲି ସନ୍ଧ୍ୟାରେ ବର୍ଣ୍ଣାଦି ଶୌଚ ପାଇଁ ପୋଖରିକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ଖୋଜା ଖୋଜି କରି ପାଇନଥିଲେ।
ଆଜି (ରବିବାର) ସକାଳେ ପୋଖରୀରେ ଶବ ଭାସିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ମୋଟେର ପୋଲିସ ପହଞ୍ଚି ମୃତକଙ୍କ ପରିଚୟ ପାଇ ପରିବାର ଲୋକଙ୍କ ସହାୟତାରେ ଶବ ଉଦ୍ଧାର କରିଥିଲା। ଏହାପରେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ମୋଟେର ଫାଣ୍ଡି ଅଧିକାରୀ ଅଜୟ ନାଏକ ସୂଚନା ଦେଇଛନ୍ତି।