-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
13-Jun-2021
କଣ୍ଟାବାଞ୍ଜି ( ଆନନ୍ଦ କୁମାର ମୋଟେ ):ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ପଂଚାୟତର ଚଟୁଅନକା ଗ୍ରାମର କିଛି ଉତ୍ସାହିତ ଯୁବକମାନଙ୍କ ତରଫରୁ ଜବାହରଲାଲ ନେହେରୁ ଆଦିବାସୀ କ୍ଳବ ଗଠନ କରାଯାଇ ବିଭିନ୍ନ ଜନମଙ୍ଗଳ ଓ ସାମାଜିକ କାର୍ଯ୍ୟ କରୁଥିବା ବେଳେ ଆଜି ଗ୍ରାମର ଗୋଟିଏ ପୋଖରୀର ଚାରି ପାଶ୍ୱର୍କୁ ସମ୍ପୂର୍ଣ୍ଣ ସଫା କରିଥିଲେ । ଚଟୁଅନକା ଗ୍ରାମବାସୀ ପ୍ରାୟ ଏହି ପୋଖରୀ ଉପରେ ନିର୍ଭର କରିଥାନ୍ତି । ପୋଖରୀ ରେ ଅଲିଆ ଆବର୍ଜନା ଭରି ଅପରିଷ୍କାର ହୋଇ ବହୁଦିନ ହେବ ରହିଥିବା ବେଳେ ଜବାହରଲାଲ ନେହେରୁ ଆଦିବାସୀ କ୍ଲବ ର ସଭାପତି ସହଦେବ ମାଝୀ, ସଦସ୍ୟ ଗୋବିନ୍ଦ ମାଝୀ, ତପନ ମାଝୀ, ସୁବାଷ ମାଝୀ, ପ୍ରେମ ମାଝୀ, ଭାଗ୍ୟ ମାଝୀ, ଗୋପାଳ ମାଝୀ ଏବଂ କ୍ଳବ ଅନ୍ୟ ସଦସ୍ୟମାନଙ୍କ ସହଯୋଗରେ ଏହି କାର୍ଯ୍ୟ ସଂପାଦନ କରାଯାଇଥିଲା । ଏଭଳି କାର୍ଯ୍ୟକୁ ଚଟୁଅନକା ଗ୍ରାମର ବୁଦ୍ଧିଜୀବୀମାନେ ପ୍ରଶଂସା କରିବା ସହ ଆଗାମୀ ଦିନରେ କ୍ଳବ ତରଫରୁ ଆହୁରି ଅନେକ ଗୁଡିଏ ସାମାଜିକ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।