-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ରାଜ୍ୟ ବାହାରେ ଇକମୋ ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତୁ: ପ୍ରଦୀପ ମାଝୀ*

13-Jun-2021



ଭୁବନେଶ୍ୱର(ସୁଭାସିସ ନାୟକ):  ସଂପ୍ରତି ରାଜ୍ୟରେ ଇକ୍ମୋ ମେସିନ ନଥିବାରୁ ବହୁ କରୋନା ରୋଗୀ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଯାଉଛନ୍ତି । ରାଜ୍ୟ ବାହାରେ ଏହି ଇକମୋ ଚିକିତ୍ସା ବହୁତ ବ୍ୟୟ ବହୁଳ ଯାହାକୁ ଭରଣା କରିବା ସାଧାରଣ ବର୍ଗର ରୋଗୀଙ୍କ ପାଇଁ ସମ୍ଭବ ନୁହେଁ । ବର୍ତମାନ ଅମ୍ରିତ ପ୍ରଧାନ, ଇଂ ଦୀପକ ଦାସ, ଦିବ୍ୟରଞ୍ଜନ ଅଭିଶେକ ମହାପାତ୍ର, ସଂଗ୍ରାମ ଜେନା ପ୍ରମୁଖ ଯୁବକମାନେ ବାହାର ରାଜ୍ୟକୁ ଯାଇଁ ଚିକିତ୍ସିତ ହେଉଛନ୍ତି ଏବଂ ସମୀର ପ୍ରଧାନ ଆଉ ଅନେକ ଯୁବକ ଇକମୋ ମେସିନ ଅଭାବରୁ ଜୀବନ ବଂଚାଇବା ପାଇଁ ସଂଘର୍ଷ କରୁଛନ୍ତି । ତୁରନ୍ତ ସରକାର ସେମାନଙ୍କୁ ବାହାରକୁ ପଠାଇବା ବ୍ୟବସ୍ଥା କରିବାକୁ ଓ ଏମାନଙ୍କ ପାଇଁ ତଥା ଏହି ଭଳି ରୋଗୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ରିଲିଫ ପାଣ୍ଠିରୁ ସହାୟତା ଯୋଗାଇ ଦେବାପାଇଁ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ  ଏକ ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ କରିଛନ୍ତି । 
ବର୍ତମାନ କରୋନା ଅନେକ ପ୍ରତିଭାବାନ ଯୁବକମାନଙ୍କର ଜୀବନ ନେବାରେ ଲାଗିଛି । କରୋନା ମହାମାରୀ ପ୍ରସଙ୍ଗରେ ମାନ୍ୟବର ସୁପ୍ରିମକୋର୍ଟ ନିଜ ଆଡ଼ୁ ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଆର ସୁବା ରେଡ଼ି, ଜଷ୍ଟିସ ସାହାଙ୍କୁ ନେଇ ଗଠନ କରିଥିବା ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଭାରତର ସମ୍ବିଧାନ ଅନୁଛେଦ-୨୧ ଅନୁସାରେ ଉଲ୍ଲେଖ ଥିବା ସ୍ୱାସ୍ଥ୍ୟ ମୌଳିକ ଅଧିକାର ଏବଂ ରୋଗୀଙ୍କୁ ମହାମାରୀ ସମୟରେ ସୁଲଭ ମୂଲ୍ୟରେ ସବୁ ପ୍ରକାର ଚିକିତ୍ସା ଯୋଗାଇଦେବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଧାନ ଦାୟିତ୍ୱ । ତେଣୁ ମାନ୍ୟବର ସୁପ୍ରିମକୋର୍ଟକୁ ସମ୍ମାନ ଜଣାଇ ସେମାନଙ୍କ ଜୀବନ ବଂଚାଇବା ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ଓ ମାନବିକତାର ହାତ ବଢ଼ାନ୍ତୁ ବୋଲି ଶ୍ରୀ ମାଝୀ ନିବେଦନ କରିଛନ୍ତି । 
କେନ୍ଦ୍ର ସରକାରଙ୍କର ଟୀକାକରଣ ନୀତିକୁ କଟାକ୍ଷ କରି ଶ୍ରୀ ମାଝୀ କହିଛନ୍ତି ଯେ ଚଳିତ ମାସ ୮ ତାରିଖରେ ୭୪ କୋଟି ଟୀକା ପାଇଁ କେନ୍ଦ୍ର ସରକାର ଅର୍ଡର କରିଛନ୍ତି । ତା’ର ଅର୍ଥ ହେଲା ଗତ ୮ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଟୀକା ପ୍ରସ୍ତୁତି ପାଇଁ ସେମିତି ପଦକ୍ଷେପ ନେଇନଥିଲେ । ସୁପ୍ରିମକୋର୍ଟର ତାଗିଦ ଏବଂ ବିରୋଧୀ ଦଳମାନଙ୍କର ଦାବୀ ଫଳରେ ବାଧ୍ୟ ହୋଇ ଏହି ଅଡର଼୍ର କରିଛନ୍ତି । ଏହା କେନ୍ଦ୍ର ସରକାରଙ୍କର ଟୀକାକରଣ ପ୍ରତି ଅବହେଳାର ନିଦର୍ଶନ ବୋଲି ଶ୍ରୀ ମାଝୀ କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସୁଦର୍ଶନ ଦାସ ଯୋଗଦେଇ ସରକାରଙ୍କ କୋଭିଡ଼ ମୃତୁ୍ୟକୁ ନେଇ ମିଥ୍ୟା ତଥ୍ୟ ଉପରେ ଉଦ୍ବେଗ ପ୍ରକାଶ କରିଥିଲେ । ବର୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ୩୨୫୭ ଜଣ କରୋନାରେ ମୃତୁ୍ୟ ହୋଇଛି । କିନ୍ତୁ ରାଜ୍ୟରେ ମଶାଣୀ ଗୁଡ଼ିକରେ ହିସାବ ଖାତା ଗୁଡ଼ିକୁ ଦେଖିଲେ, ତାହା ବହୁଗୁଣ କରିବ ଏବଂ ସରକାର ମିଛ କହୁଛନ୍ତି ବୋଲି ଶ୍ର୍ରୀ ଦାସ ଅଭିଯୋଗ କରିଥିଲେ । ଗତ ମେ ୧ ରୁ ୧୫ ତାରିଖ ଭିତରେ ଭୁବନେଶ୍ୱରର ସତ୍ୟନଗର ମଶାଣୀ ଓ କଟକର ସତୀଚଉରା ମଶାଣୀରେ ଯଥାକ୍ରମେ ୬୫୦ ଓ ୪୬୦ ଜଣଙ୍କ ଶବ ଦାହ ହୋଇଥିଲା । ମାତ୍ର ସେହି ସମୟରେ ରାଜ୍ୟ ସରକାରଙ୍କ ପୋଟାଲ କହେ କରୋନା ମୁତୁ୍ୟ ସଂଖ୍ୟା ୩୯୫ ଦର୍ଶାଇଲା ରାଜ୍ୟର ବିଭିନ୍ନ ମଶାଣୀ ଗୁଡ଼ିକରେ ମୃତୁ୍ୟ ସଂଖ୍ୟା ଥିଲା ୨୦୦୦ । ସେହିପରି ଗତବର୍ଷ ସେପ୍ଟେମ୍ବର ମାସରେ କେବଳ ସତ୍ୟନଗର ମଶାଣୀରେ ୧୨୮୮ ଟି ଜୁଇ ଜଳିବାର ଆରଟିଆଇ ରିପୋର୍ଟରେ ତଥ୍ୟ ହସ୍ତଗତ ହୋଇଛି । ମାତ୍ର ସେହି ମାସରେ ରାଜ୍ୟ ସରକାର ପୁରା ରାଜ୍ୟରେ ମାତ୍ର ୯୫ ଜଣ କରୋନାରେ ମରିଥିଲେ ବୋଲି ଦର୍ଶାଇଥିଲେ । ବାସ୍ତବରେ ସରକାର ସତ୍ୟକୁ ଲୁଚାଇଛନ୍ତି ଏବଂ ପ୍ରକୃତ କରୋନା ମୃତୁ୍ୟ ସଂଖ୍ୟାକୁ ଲୋକଙ୍କୁ ଜଣାଇ ନାହାନ୍ତି । ଏହା ଏକ ଅପରାଧ ଏବଂ ତଥ୍ୟ ଲୁଚାଇବା ବା  •ପି ଦେବା ଆଉ ଏକ ବିପର୍ଯ୍ୟୟର କାରଣ ହୋଇଥାଏ । କଂଗ୍ରେସ ପକ୍ଷରୁ କରୋନାରେ ମୃତକ ପରିବାରକୁ ବିହାର ସରକାର ପରି ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବା ପାଇଁ ଶ୍ରୀ ଦାସ ଦାବି କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like