-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
11-Jun-2021
ବଲାଙ୍ଗିର,(ପ୍ରେରଣା ଖବର): ବଲାଙ୍ଗିର ୟୁଥ୍ ଏକ୍ସନ କମିଟି ତରଫରୁ ବଲାଙ୍ଗିର ସହରର ଡ୍ରେନ ସମସ୍ୟାକୁ ନେଇ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ବଲାଙ୍ଗିର ସହରର ଡ୍ରେନ ଗୁଡିକ ଅନେକ ଦିନରୁ ମଇଲା ଆବର୍ଜନା ରେ ପୋତି ହୋଇ ରହିଛି । ଏହି ଦୁଇ ଦିନ ତଳେ ହୋଇଥିବା ଗୋଟିଏ ବର୍ଷାରେ ଡ୍ରେନ ଗୁଡିକରେ ମଇଲା ଆବର୍ଜନାରେ ପୋତି ହୋଇଥିବା ଯୋଗୁଁ ରାସ୍ତା ମଝିରେ ପାଣି ଜମି ରହିଥିଲା । ଆଗାମୀ ଦିନରେ ପ୍ରବଳ ବର୍ଷା ହେବାର ପାଣିପାଗ ତରଫରୁ ସୂଚନା ମିଳୁଛି ତେଣୁ ବଲାଙ୍ଗିର ସହରରେ ବିଗତ ବର୍ଷରେ କୃତ୍ରିମ ବର୍ଷା ହେବାର ନଜିର ରହିଛି । ପୌର ପରିଷଦର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଡ୍ରେନ ଗୁଡିକ ସଫା ହେଉନଥିବାରୁ ଏପରି ଚରମ ପଦକ୍ଷେପ ନିଆଯାଇଛି ବୋଲି ବଲାଙ୍ଗିର ୟୁଥ୍ ଏକ୍ସନ କମିଟିର ସଭ୍ୟ ମାନେ କହିଛନ୍ତି । ଧାରଣା ସ୍ଥଳକୁ ପୌର ନିର୍ବାହୀ ଅଧିକାରୀ ଆସି ବୁଝାସୁଝା କରି ଆଗାମୀ ଖୁବ୍ କମ ଦିନରେ ଡ୍ରେନ ଗୁଡିକୁ ସଫା କରାଯିବ ବୋଲି ପ୍ରତିଶୃତି ଦେବା ପରେ ସଭ୍ୟ ମାନେ ଧାରଣାରୁ ଓହରି ଥିଲେ । ଆଜିର ଏହି ଧାରଣା କାର୍ଯ୍ୟକ୍ରମରେ ସଭାପତି ବିନୋଦ କାଲସାଏ, ରିଲୁ ରଥ, ପ୍ରଶାନ୍ତ ମହାକୁର, ରାଜେନ୍ଦ୍ର ସେଠୀ, ସଞ୍ଜୟ ସାହୁ, ଟୁଲୁ ସେନ ଓ କ୍ରିଷ୍ଣା ପାତ୍ର ପ୍ରମୁଖ ଧାରଣାରେ ବସିଥିଲେ